ବୌଦ୍ଧ: ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗର ଉପ ସ୍ବାସ୍ଥ୍ୟକେନ୍ଦ୍ର । ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସରକାର ବିଭିନ୍ନ ସ୍ଥାନରେ ଖୋଲିଛନ୍ତି ଉପ ସ୍ବାସ୍ଥ୍ୟକେନ୍ଦ୍ର । କିନ୍ତୁ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଭୂତକୋଠୀ ପାଲଟିବାକୁ ବସିଲାଣି ସ୍ବାସ୍ଥ୍ୟ କେନ୍ଦ୍ର ।
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍ଗ ଗ୍ରାମରେ ଲୋକଙ୍କ ସୁବିଧା ପାଇଁ ସରକାର ଉପ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି । କିନ୍ତୁ ପ୍ରାୟ ଦୁଇ ବର୍ଷ ହେଲା ଏଠାରେ ତାଲା ପଡି ରହିଥିବା ଅଭିଯୋଗ ହୋଇଛି । ଏଥିସହ ଏଠାରେ ନିଯୁକ୍ତ କର୍ମଚାରୀ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ନଖୋଲି ମନ ଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ।