ବୌଦ୍ଧ: ବିପଦଶଙ୍କୁଳ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ବକ୍ର ମନ୍ଦିର । ଏହି ଶୈବପୀଠଟି ମହାନଦୀ କୂଳ ଲଙ୍ଘିବାରୁ ଉତ୍ତର ଦିଗକୁ ଢଳି ଏଭଳି ଅବସ୍ଥାରେ ଥିବାବେଳେ ସୋମବାର ବୌଦ୍ଧ ଜିଲ୍ଲାପାଳ ଏହି ମନ୍ଦିର ବୁଲି ଦେଖିଛନ୍ତି ।
ଓଡ଼ିଶାର ଆଉ ଏକ ବକ୍ର ମନ୍ଦିର ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ରହିଛି । କିନ୍ତୁ ଏହା କୌଣସି ଭୌଗଳିକ କିମ୍ବା ନିର୍ମାଣ ଶୈଳୀ ଯୋଗୁଁ ନୁହେଁ, ବରଂ ମହାନଦୀ କୂଳ ଲଙ୍ଘିବାରୁ ଏଭଳି ଭାବରେ ଉତ୍ତର ଦିଗକୁ ଢଳି ମନ୍ଦିରଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି ।
ଦ୍ବାଦଶ ଶତାବ୍ଦୀରେ ପୁରୀ ଗଜପତି ଅନଙ୍ଗ ଭୀମଦେବ ମହାନଦୀ କୂଳରେ ପ୍ରତ୍ୟେକ୍ଷ ଯୋଜନା କରି ଗୋଟିଏ ଶୈବପୀଠ ସ୍ଥାପନ କରିଥିଲେ ବୋଲି ବିଶ୍ବାସ ରହିଛି । ତନ୍ମଧ୍ୟରୁ ବାଉଁଶୁଣୀ ମହାନଦୀ କୂଳରେ ଥିବା ଶୈବପୀଠ ବାବା ଭୂବନେଶ୍ବରଙ୍କ ମନ୍ଦିରଟି ଅନ୍ୟତମ । ଅଦ୍ୟାବଧି ମନ୍ଦିର ପରିସରରେ କାରୁକାର୍ଯ୍ୟ ପୂର୍ଣ୍ଣ ଅନେକ କଳାକୃତି ଦୃଶ୍ୟମାନ ହୋଇଥାଏ ।