ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଛି ପର୍ଯ୍ୟଟନ ଉତ୍ସବ । ଖୋଦ ଜିଲ୍ଲାପାଳ ସ୍ଥାନୀୟ ଏକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କୁ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଜଣାଇଥିଲେ । ଏହି ଅବସରରେ ପର୍ଯ୍ୟଟନ ସ୍ଥଳକୁ ନେଇ ଏକ ପ୍ରୋମୋ ଭିଡିଓ ରିଲିଜ୍ କରାଯାଇଛି ।
ବୌଦ୍ଧ ପାଳୁଛି ପର୍ଯ୍ୟଟନ ଉତ୍ସବ, ଛାତ୍ରୀଙ୍କୁ ଜ୍ଞାନ ବାଣ୍ଟିଲେ ଜିଲ୍ଲାପାଳ - ବୌଦ୍ଧ ପର୍ଯ୍ୟଟନ ଉତ୍ସବ
ବୌଦ୍ଧ ଜିଲ୍ଲା ପାଳନ କରୁଛି ପର୍ଯ୍ୟଟନ ଉତ୍ସବ। ଏହି ଅବସରରେ ଜିଲ୍ଲାପାଳ ଏକ ସରକାରୀ ବିଦ୍ୟାଳୟରେ ପହଞ୍ଚି ପରିବେଶ ଓ ପର୍ଯ୍ୟଟନ ସମ୍ପର୍କରେ ଛାତ୍ରୀଙ୍କୁ ପଢାଇଲେ ପାଠ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ବୌଦ୍ଧ ପାଳୁଛି ପର୍ଯ୍ୟଟନ ଉତ୍ସବ, ଛାତ୍ରୀଙ୍କୁ ଜ୍ଞାନ ବାଣ୍ଟିଲେ ଜିଲ୍ଲାପାଳ
ବୌଦ୍ଧ ପାଳୁଛି ପର୍ଯ୍ୟଟନ ଉତ୍ସବ, ଛାତ୍ରୀଙ୍କୁ ଜ୍ଞାନ ବାଣ୍ଟିଲେ ଜିଲ୍ଲାପାଳ
ଏଥିରେ ବୌଦ୍ଧରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି । ଯାହାକୁ ବିଭିନ୍ନ ମହଲରୁ ବେଶ୍ ପ୍ରଶଂସା କରାଯାଇଛି । ଜିଲ୍ଲାରେ ଥିବା ବହୁ ଲୁକ୍କାୟିତ ସ୍ଥାନ ସମ୍ପର୍କରେ ଜାଣିଥିବାରୁ ଲୋକେ ବି ଖୁସିବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଏହି ଅବସରରେ ଜିଲ୍ଲାପାଳ ସ୍ଥାନୀୟ ସରକାରୀ ବିଦ୍ୟାଳୟକୁ ପହଞ୍ଚି ଛାତ୍ରୀଙ୍କୁ ଜିଲ୍ଲାର ପର୍ଯ୍ୟଟନ ସମ୍ପର୍କରେ ବୁଝାଇଥିଲେ । ଏଥିସହ ପର୍ଯ୍ୟଟନ ଉତ୍ସବ ପାଳନ ଅବସରରେ ଏକ ଶୋଭାଯାତ୍ରା କରାଯାଇ ଲୋକଙ୍କୁ ପରିବେଶ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ