ଓଡିଶା

odisha

By

Published : Feb 27, 2023, 10:56 PM IST

ETV Bharat / state

ଅସହାୟ ଯୁବକଙ୍କ ନିକଟରେ ପହଞ୍ଚି ସହାୟତା କଲେ ଜିଲ୍ଲାପାଳ

ଅସହାୟ ଭିନ୍ନକ୍ଷମ ଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ । ନିଜେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ସାହାଯ୍ୟର ହାତ ବଢାଇଛନ୍ତି ଜିଲ୍ଲାପାଳ । ପଞ୍ଚରାଞ୍ଚଳରେ ଜନଶୁଣାଣି ସମୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଅଧିକ ପଢ଼ନ୍ତୁ

ଅସହାୟ ଭିନ୍ନକ୍ଷମ ଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ
ଅସହାୟ ଭିନ୍ନକ୍ଷମ ଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

ଅସହାୟ ଭିନ୍ନକ୍ଷମ ଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ


ବୌଦ୍ଧ: ପଞ୍ଚରାଞ୍ଚଳରେ ଚାଲିଥିଲା ଜନଶୁଣାଣି । ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ଦୀର୍ଘ ସମୟ ଧରି ଅସହାୟ ଭିନ୍ନକ୍ଷମ । ସୂଚନା ପାଇବା ପରେ ଖୋଦ ଜିଲ୍ଲାପାଳ ଯାଇ ଅଟୋ ନିକଟରେ ପହଞ୍ଚି ପରିବାରର ଦୁଃଖ ଶୁଣିବା ସହିତ ସହାୟତାର ହାତ ବଢାଇଲେ । ଆଜି ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲା ପଞ୍ଚରାଞ୍ଚଳର ଦହ୍ୟା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଓ ସୋନପୁର ଜିଲ୍ଲାର ମୁଖ୍ୟସ୍ଥାନ ଏହି ପଞ୍ଚରାଞ୍ଚଳରେ ପୂର୍ବରୁ କେବେ ମଧ୍ୟ ଜନଶୁଣାଣୀ ହୋଇ ନଥିବା ବେଳେ ଏଠାରେ ଜିଲ୍ଲାପାଳ ପ୍ରଥମଥର ଲୋକଙ୍କ ଦୁଃଖ ଶୁଣିବାକୁ ପହଞ୍ଚିଥିଲେ । ଜନଶୁଣାଣିରେ ଶତାଧିକ ହିତାଧିକାରୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ଏହାଛଡା ବୌଦ୍ଧର ନୂତନ ପୋଲିସ ଏସପି ରାଜ ପ୍ରସାଦ ମଧ୍ୟ ପ୍ରଥମଥର ପାଇଁ ଜିଲ୍ଲାର ଜନଶୁଣାଣି ରେ ଉପସ୍ଥିତ ହୋଇଥିଲେ ।ଦହ୍ୟା ପଞ୍ଚାୟତ ରେ ପ୍ରଥମଥର ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ନିଜ ନିଜ ଦୁଃଖ ଜଣାଇବାକୁ ହିତାଧିକାରୀ ମାନେ ପଞ୍ଚାୟତ ଠାରେ ପହଞ୍ଚି ଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା, ଆବାସ, ରାସନ, ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ହିତାଧିକାରୀ ଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା ।ଗତ ଦୁଇ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ରେଙ୍ଗାଲୀ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଜନୈକା ବୃଦ୍ଧା ଙ୍କ ବିରଳ ଅସ୍ତ୍ରୋପଚାର ରେ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇଥିବା ବେଳେ ଆଜି ମଧ୍ୟ ଅନେକ ଅସହାୟ ଗରିବ ଲୋକଙ୍କୁ ଭତ୍ତା ଓ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲା ।

ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ଦହ୍ୟା ଅଞ୍ଚଳର ଜଣେ ଦୁର୍ଘଟଣା ଗ୍ରସ୍ତ ଯୁବକ ନିଜ ମା ସହିତ ଦୀର୍ଘ ସମୟ ଧରି ଏକ ଅଟୋରେ ଅପେକ୍ଷା କରି ରହିଥିଲେ ।ଏହି ଖବର ପାଇବା ମାତ୍ରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଚାଲି ଚାଲି ଯାଇ ଉକ୍ତ ଅଟୋ ନିକଟରେ ପହଞ୍ଚି ଯୁବକ ଙ୍କ ଦୁଃଖ ଶୁଣିବା ସହିତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।

ସେହିପରି ଦହ୍ୟା ପଞ୍ଚାୟତ ନିକଟରେ ଥିବା ମହେଶ୍ବରପିଣ୍ଡା ଗ୍ରାମର ବିଧବା ବୃଦ୍ଧା ସେବତୀ ବେହେରାଙ୍କ ଦୁଃଖ କାହାଣୀ ସମସ୍ତଙ୍କୁ ଦୁଃଖିତ କରିଥିଲା । ବିଧବା ବୃଦ୍ଧା ଙ୍କ କାନ୍ଧରେ ତାଙ୍କ ନିଜ ତିନି ପୁଅଝିଅଙ୍କ ଭାର । କାରଣ ତିନି ଭାଇଭଉଣୀ ସମସ୍ତେ ଦୃଷ୍ଟି ବାଧିତ । ଜନ୍ମ ରୁ ଦିବ୍ୟାଙ୍ଗ ତିନି ପୁଅଝିଅଙ୍କ ପାଇଁ ବୃଦ୍ଧା ଜଣକ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ଜିଲ୍ଲାପାଳ ତୁରନ୍ତ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଚିକିତ୍ସା ପାଇଁ ତୁରନ୍ତ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details