ବୌଦ୍ଧ:ରାଜ୍ୟର ପ୍ରଥମ ପରିବେଶ ଭିତ୍ତିକ ପାର୍କ ନନ୍ଦନବନ ସଫାରୀ (Nandanban Safari of Boudh District)କୁ ମିଳିଲା ମଞ୍ଜୁରୀ । ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଏହି ସଫାରୀର ଶୁଭ ଶିଳାନ୍ୟାସ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ପ୍ରାୟ ପନ୍ଦର ଶହ ଏକର ପରିମିତ ଅଞ୍ଚଳରେ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ନନ୍ଦନବନ ସଫାରୀର ପରିକଳ୍ପନା କରାଯାଇଥିଲା । ଏହାର ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ପରିବର୍ଦ୍ଧିତ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଥିଲେ । ତନ୍ମଧ୍ୟରେ ଆକ୍ବାରିୟମ, ଭୁଲଭୁଲେୟା, ଇଲେଭେନ ଡି ପ୍ରୋଜେକ୍ଟର ଭଳି ଆକର୍ଷଣୀୟ ପ୍ରକଳ୍ପ ରହିଛି ।
ଏହା ବି ପଢନ୍ତୁ- ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମନ୍ତ୍ରୀ