ବୌଦ୍ଧ:ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ମାଆ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଲୋକକଳା ଓ ଲୋକନୃତ୍ୟ ସହିତ ପାରମ୍ପରିକ ଖାଦ୍ୟ ଓ ହାତତିଆରି ସାମଗ୍ରୀରେ ବେଶ ଚାହିଦା ରହିଥିଲା । 6 ଦିନ ଧରି ଚାଲିଥିବା ମହୋତ୍ସବ ଗତକାଲି ଶେଷ ହୋଇଯାଇଛି ।
ଲୋକବାଦ୍ୟର ତାଳେତାଳେ ପାରମ୍ପରିକ ନୃତ୍ୟ ସଂଗୀତରେ ଦୁଲୁକୁଥିବା ମହୋତ୍ସବ ଉଦଯାପିତ ହୋଇଛି । ମହୋତ୍ସବ ମଣ୍ଡପରେ ପାରମ୍ପରିକ ଲୋକନୃତ୍ୟକୁ ବଞ୍ଚାଇବାକୁ ଭରପୁର ଉଦ୍ୟମ କରାଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ହସ୍ତତନ୍ତ, ଜଙ୍ଗଲଜାତ ସାମଗ୍ରୀ ଓ ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ 6 ଦିନ ଧରି ଚାଲିଥିବା ମାଆ ଭୈରବୀ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଛି । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ଓ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଅଞ୍ଚଳର ଲୋକକଳାକୁ ବଞ୍ଚାଇବାକୁ ଏହି ମହୋତ୍ସବରେ ଯଥେଷ୍ଟ ପ୍ରୟାସ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।