ଓଡିଶା

odisha

ETV Bharat / state

ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର - ବୋଦ୍ଧ ଚାଷୀଙ୍କ ସମସ୍ୟା

ବୌଦ୍ଧରେ ଚାଷୀଙ୍କ ଜଳସେଚନ ଠାରୁ ଆରମ୍ଭ କରି ସାରର ଅଭାବୀ ବିକ୍ରି ଭଳି ବିଭିନ୍ନ ପ୍ରସଙ୍ଗରେ ଉଭୟ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପୃଥକ ଦାବିପତ୍ର । ଅଧିକ ପଢନ୍ତୁ...

ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Aug 4, 2021, 2:37 PM IST

ବୌଦ୍ଧ: ଜିଲ୍ଲାର ଚାଷୀଙ୍କ ଜଳସେଚନ ଠାରୁ ଆରମ୍ଭ କରି ସାରର ଅଭାବୀ ବିକ୍ରି ଭଳି ବିଭିନ୍ନ ପ୍ରସଙ୍ଗରେ ଉଭୟ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପୃଥକ ଦାବିପତ୍ର । ତଳ ମୁଣ୍ଡରେ ଥିବା ଚାଷ ଜମିକୁ ପହଞ୍ଚି ପାରୁନି ପାଣି । ଏପରିକି କେନାଲଗୁଡିକ ସଫେଇ କିମ୍ବା ରକ୍ଷଣାବେକ୍ଷଣ ଠିକରେ ହେଉନଥିବା ଅଭିଯୋଗ ହୋଇଛି ।

ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜଳସେଚନ କାର୍ଯ୍ୟାଳୟ ଘେରିଲେ ଚାଷୀ ସଙ୍ଗଠନ । ବୌଦ୍ଧ ଜିଲ୍ଲାରେ ସାଲୁଙ୍କୀ ଓ ବାଘ ଜଳସେଚନ ଭଳି ଦୁଇ ଦୁଇଟି ପ୍ରକଳ୍ପ ରହିଥିଲେ ମଧ୍ୟ ବିଭାଗୀୟ କିଛି କର୍ମଚାରୀଙ୍କ ଅପାରଗତା ଯୋଗୁଁ ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ଆସିଛି । କେନାଲଗୁଡିକ ଠିକରେ ସଫେଇ ତଥା ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବରେ ହେଉନଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ଜିଲ୍ଲା ଭାରତୀୟ କିଷାନ ସଙ୍ଘ ଓ ଅନ୍ୟାନ୍ୟ ଚାଷୀ ସଙ୍ଗଠନ ପକ୍ଷରୁ ବୌଦ୍ଧ ଜଳସେଚନ କାର୍ଯ୍ୟାଳୟ ଘେରାଉ ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯାଇଛି ।

ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ତଥା ଧାନ ରେଜିଷ୍ଟ୍ରେସନ ସମସ୍ୟାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ଅଧିକ ଆଲୋଚନା କରିଛନ୍ତି । ତୁରନ୍ତ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏସବୁ ସମସ୍ୟା ପ୍ରତି ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।





ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details