ବୌଦ୍ଧ: ପ୍ରଭୂ ଯୀଶୁଙ୍କ ଧରାବତରଣ ପରେ ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଖ୍ରୀଷ୍ଟମାସ ପାଳନ । ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର ସହ ସ୍ବତନ୍ତ୍ର ପିଠା ମିଠାରେ ମହକୁଛି ଚର୍ଚ୍ଚ ଓ ଘର । ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଥିବା ଦୁଇଟି ଚର୍ଚ୍ଚରେ ବଡଦିନ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସାଜସଜ୍ଜା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।
ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ - ପ୍ରଭୂ ଯୀଶୁଙ୍କ ଧରାବତରଣ
ପ୍ରଭୂ ଯୀଶୁଙ୍କ ଧରାବତରଣ ପରେ ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଖ୍ରୀଷ୍ଟମାସ ପାଳନ । ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଥିବା ଦୁଇଟି ଚର୍ଚ୍ଚରେ ବଡ ଦିନ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସାଜସଜ୍ଜା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।
ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ
ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ
ବ୍ରିଜଛକ ନିକଟରେ ଥିବା କ୍ୟାଥୋଲିକ ଚର୍ଚ୍ଚ ଓ ବାବୁସାହିରେ ଥିବା ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀ ଆନନ୍ଦ ଉଲ୍ଲାସର ସହ ମଧ୍ୟରାତ୍ରିରୁ ଖ୍ରୀଷ୍ଟ ଜନ୍ମ ଠାରୁ ଉତ୍ସବ ପାଳନ କରାଯାଉଛି । କ୍ୟାଥୋଲିକ ଚର୍ଚ୍ଚ ଠାରେ ଗୋଶାଳାକୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥିବା ବେଳେ ବାପଟିଷ୍ଟ ଚର୍ଚ୍ଚରେ ସ୍ବତନ୍ତ୍ର ପିଠାପଣାର ଆୟୋଜନ କରାଯାଇଥିଲା । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସହିତ ଅନ୍ୟ ସମ୍ପ୍ରଦାୟର ଲୋକେ ପହଞ୍ଚି ବଡଦିନର ଶୁଭେଚ୍ଛା ଜଣାଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ