ଓଡିଶା

odisha

ETV Bharat / state

ବୌଦ୍ଧରେ ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ - ବୌଦ୍ଧ ଶିଶୁ ସୁରକ୍ଷା

ବୌଦ୍ଧ ଜିଲ୍ଲାରେ ଶିଶୁ ସୁରକ୍ଷା ତଥା ବାଲ୍ୟବିବାହ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛି ପୋଲିସ । ତେଣୁ ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ମାଧ୍ଯମରେ ସେମାନଙ୍କ ହାତରେ ଦୋସ୍ତିର ଡୋରି ବାନ୍ଧିଲା ଚାଇଲ୍ଡଲାଇନ । ଅଧିକ ପଢନ୍ତୁ

ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

By

Published : Nov 20, 2021, 2:05 PM IST

ବୌଦ୍ଧ: ଏକଦା ଶିଶୁ ସୁରକ୍ଷା, ବାଲ୍ୟବିବାହ ଓ ଶିଶୁ ଶ୍ରମିକକୁ ନେଇ ସବୁବେଳେ ଚର୍ଚ୍ଚା ରହୁଥିଲା ବୌଦ୍ଧ ଜିଲ୍ଲା । ହେଲେ ଧୀରେ ଧୀରେ ଏବେ ବୌଦ୍ଧର ଚିତ୍ର ବଦଳିବାରେ ଲାଗିଛି । ଜିଲ୍ଲା ପ୍ରଶାସନ, ପୋଲିସ, ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ଅନେକାଂଶରେ ଏହିସବୁ ଅପରାଧକୁ ରୋକାଯାଇ ପାରିଛି । ଯେଉଁଥିପାଇଁ ସାରା ରାଜ୍ୟରେ ସମ୍ମାନିତ ହୋଇଛି ବୌଦ୍ଧ ପ୍ରଶାସନ । ତେବେ ଏହିସବୁ ସଫଳତା ପଛରେ ବୌଦ୍ଧ ପୋଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ ଚାଇଲ୍ଡଲାଇନ ପକ୍ଷରୁ ଚାଇଲ୍ଡଲାଇନ ସେ ଦୋସ୍ତି ନାମକ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ଏବଂ ଏଥିରେ ପୋଲିସ କର୍ମୀଙ୍କୁ ଦୋସ୍ତିର ଡୋରି ବାନ୍ଧିଛି ବିଭାଗ ।

ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଶତାଧିକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି । ଶିଶୁ ସୁରକ୍ଷାକୁ ଅଗ୍ରାଧିକାର ମିଳିଛି । ତଥାପି କେତେକ ସ୍ଥାନରେ ଆଜି ମଧ୍ୟ ଏଭଳି କୁତ୍ସିତ ଘଟଣାବଳୀ ଦେଖିବାକୁ ମିଳୁଛି।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି ଚାଇଲ୍ଡଲାଇନ । ଏଥିସହ ପୋଲିସଙ୍କୁ ସମ୍ମାନ ଜଣାଇବାକୁ ଯାଇ ଦୋସ୍ତିର ଡୋରି ବନ୍ଧନ କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details