ବୌଦ୍ଧ : ବାଲ୍ୟ ବିବାହକୁ ନେଇ ରହିଛି ଅନେକ କଡାକଡି ଆଇନ । ତଥାପି ମଧ୍ୟ ଅନେକ ସ୍ଥାନରେ ଲୁଚାଛପାରେ ହେଉଛି ବାଲ୍ୟ ବିବାହ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବାଲ୍ୟ ବିବାହ ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ରହିଛି । ଜନସଚେତନତା ଅଭାବ, ସାମାଜିକ ଓ ଅର୍ଥନୈତିକ ଅମନଗ୍ରସର ବାଲ୍ୟ ବିବାହର ପ୍ରମୁଖ କାରଣ ବୋଲି ଜଣାପଡେ ।
ଗତ କିଛି ଦିନ ପୂର୍ବରୁ ବୌଦ୍ଧ ପ୍ରଶାସନ ଜିଲ୍ଲାର ଦଶଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ବିବାହ ସମୟ ଚାଲିଥିବା ବେଳେ ପୁଣି ଅନେକ ସ୍ଥାନରେ ବାଲ୍ୟ ବିବାହ ଘଟଣା ସମ୍ମୁଖକୁ ଆସୁଛି । ରବିବାର ସଂଧ୍ୟାରେ ଏଭଳି ଏକ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ମିଳିବା ପରେ ଚାଇଲ୍ଡ ଲାଇନ ତତ୍ପର ହୋଇଥିଲେ ମଧ୍ୟ ଅନ୍ୟ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଦୀର୍ଘ ସମୟ ଧରି ଆସିନଥିଲେ । ଏପରିକି କିଛି ବିଭାଗୀୟ ଅଧିକାରୀ ମୋବାଇଲ ସ୍ବିଚ ଅଫ କରିଦେଇଥିଲେ ।