ବୌଦ୍ଧ: ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ବାଲ୍ୟବିବାହ ପ୍ରଥା । ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏପରି ଶହ ଶହ ବାଲ୍ୟବିବାହ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିଲେ ମଧ୍ୟ ଏହାକୁ ରୋକି ହେଉନି । ଏନେଇ ଗଭୀର ଉଦବେଗ ପ୍ରକାଶ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ବାଲ୍ୟ ବିବାହକୁ ନେଇ ଉଦବେଗ ଜନକ ସ୍ଥିତି । ଚଳିତ ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ବାଲ୍ୟ ବିବାହ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଗ୍ରାମରେ ବାଲ୍ୟ ବିବାହ ହୋଇଥିବା ଜଣାପଡିଛି । ଏହାକୁ ରୋକିବାରେ ସିଡିପିଓ ମାନଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ବ ଦିଆଯିବା ସହ ଏନେଇ ଚାଇଲ୍ଡ ଲାଇନ, ପୋଲିସ, ଶିଶୁ ସୁରକ୍ଷା ବିଭାଗ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଂଗଠନର ଭୂମିକା ରହିଛି ।