ଓଡିଶା

odisha

ETV Bharat / state

ବୌଦ୍ଧରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ଚାଲାଣ ଓ ବାଲ୍ୟବିବାହ - boudh news

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ମହିଳା ଚାଲାଣ ( women human trafficing) ସହିତ ବାଲ୍ୟବିବାହ(Boudh Child Marriage) ଭଳି ପରମ୍ପରା । ଅନେକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ଜନସଚେତନତା ଅଭାବରୁ ଏହାକୁ ରୋକାଯାଇ ପାରୁନଥିବା ଜଣାପଡିଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ଚାଲାଣ ସାଙ୍ଗକୁ ବାଲ୍ୟବିବାହ
ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ଚାଲାଣ ସାଙ୍ଗକୁ ବାଲ୍ୟବିବାହ

By

Published : Nov 25, 2021, 3:19 PM IST

ବୌଦ୍ଧ :ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ଚାଲାଣ ଓ ବାଲ୍ୟବିବାହ । ଜିଲ୍ଲାର ଅନେକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ଜନସଚେତନତା ଅଭାବରୁ ଏହାକୁ ରୋକାଯାଇ ପାରୁନଥିବା ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଗ୍ରାମ ଗୁଡିକରେ ବଡ ବଡ ଅକ୍ଷରରେ ସୂଚନା ମଧ୍ୟ ଦିଆଯାଇଛି । କିନ୍ତୁ ଅନେକ ସ୍ଥାନରେ ଜନସଚେତନତା ଅଭାବରୁ ବାଲ୍ୟବିବାହ ମୁକ୍ତ କେବଳ କାନ୍ଥ ବାଡରେ ଲିଖିତ ସ୍ଲୋଗାନରେ ସୀମିତ ରହିଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ସ୍ଥିତିରେ ଯୁବତୀ ଚାଲାଣ ସାଙ୍ଗକୁ ବାଲ୍ୟବିବାହ

ବିଶେଷ ଭାବରେ ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଯୁବତୀଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣର ଏକ ନେଟୱାର୍କ ଜିଲ୍ଲାରେ କାର୍ଯ୍ୟ କରୁଛି । ଏହାଛଡା ଜିଲ୍ଲାରେ ବାଲ୍ୟବିବାହ ନେଇ ମଧ୍ୟ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । କେବଳ ଗୋଟିଏ ସପ୍ତାହ ମଧ୍ୟରେ ମହିଳା ଓ ଶିଶୁ ବିଭାଗ ଓ ଚାଇଲ୍ଡ ଲାଇନ ପୋଲିସର ସହାୟତାରେ ଚାରିଗୋଟି ବାଲ୍ୟବିବାହ ରୋକିବାରେ ସମର୍ଥ ହୋଇଛି । ତେବେ ବିନା ସୂଚନା ରେ ଏଭଳି ଶହ ଶହ ବାଲ୍ୟବିବାହ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ହେଉଥିବା ଏକ ସାଧାରଣ ଘଟଣା ବୋଲି ଚର୍ଚ୍ଚା ହେଉଛି । ଏନେଇ ଖୋଦ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details