ଓଡିଶା

odisha

ETV Bharat / state

ପୁଣି ଏକ ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ - ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ

ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ । ବୌଦ୍ଧ ଜିଲ୍ଲାରେ ବାଲ୍ୟବିବାହ ସ୍ଥିତି ଗମ୍ଭୀର ରହିଥିବା ଯୋଗୁଁ ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ
ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ

By

Published : Apr 2, 2021, 9:19 PM IST

ବୌଦ୍ଧ: ଥମୁନି ବାଲ୍ୟବିବାହର ଧାରା । ବାରମ୍ବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ଯୋଗୁଁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଆଜି (ଶୁକ୍ରବାର) ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ । ଚଳିତ ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କୋଡିଏରୁ ଊର୍ଦ୍ଧ୍ବ ବାଲ୍ୟ ବିବାହକୁ ପ୍ରଶାସନ ରୋକିଥିବା ବେଳେ ଜନସଚେତନତା ଅଭାବରୁ ଏହାକୁ ରୋକାଯାଇ ପାରୁନାହିଁ ।

ପୁଣି ଏକ ବାଲ୍ୟବିବାହକୁ ରୋକିଲା ଚାଇଲ୍ଡ ଲାଇନ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ, ସମନ୍ବିତ ଶିଶୁ ବିଭାଗ, ଚାଇଲ୍ଡ ଲାଇନ ସେମାନଙ୍କ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଚୋରାଲୁଚାରେ ବାଲ୍ୟବିବାହ ହେଉଛି ।ଜିଲ୍ଲା ପ୍ରଶାସନ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର କେତେକ ଗ୍ରାମରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା ମଧ୍ୟ କରିଛି । କିନ୍ତୁ ଏତେସବୁ ସତ୍ତ୍ୱେ ବାଲ୍ୟବିବାହକୁ ରୋକାଯାଇ ପାରୁନି ।

ଆଜି ପୁଣିଏକ ବାଲ୍ୟବିବାହ ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତ ଗୋଧିପଡା ଗ୍ରାମରେ ଚାଲିଥିବା ବେଳେ ଚାଇଲ୍ଡ ଲାଇନ, ପୋଲିସ ଓ ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ପହଞ୍ଚି ଏହାକୁ ରୋକି ପାରିଛନ୍ତି । ଶନିବାର ଶିଶୁ ମଙ୍ଗଳ ସମିତିରେ ନାବାଳିକାକୁ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ତେବେ ବୌଦ୍ଧ ଜିଲ୍ଲାରେ ବାରମ୍ବାର ଏଭଳି ବାଲ୍ୟବିବାହ ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details