ଓଡିଶା

odisha

ETV Bharat / state

ଅସହାୟତାରେ ବନ୍ଧା ଶିଶୁ ଓ ବୃଦ୍ଧ, ସାହାଯ୍ୟ କରିବେ କି ସରକାର ? - ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି

ଜଣେ ନିଷ୍ପାପ ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଅନ୍ୟ ଜଣେ ପରିଣତ ବୟସର ଅସହାୟ ବୃଦ୍ଧା ଯୋଜନାରେ ସାମିଲ ହୋଇ ମଧ୍ୟ ବାଟବଣା ହୋଇଯାଇଛନ୍ତି । ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିଶୁ ଓ ବୃଦ୍ଧାଙ୍କ ଅସହାୟତା, ଅର୍ଥ ସାଜିଛି ବାଧକ
ଶିଶୁ ଓ ବୃଦ୍ଧାଙ୍କ ଅସହାୟତା, ଅର୍ଥ ସାଜିଛି ବାଧକ

By

Published : Oct 5, 2020, 7:22 PM IST

ବୌଦ୍ଧ: ଅସହାୟତାର ଦୁଇଟି କରୁଣ ଚିତ୍ର ବର୍ତ୍ତମାନ ସମସ୍ତଙ୍କୁ ବ୍ୟଥିତ କରିଛି । ଜଣେ ନିଷ୍ପାପ ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଅନ୍ୟ ଜଣେ ପରିଣତ ବୟସର ଅସହାୟ ବୃଦ୍ଧା ଯୋଜନାରେ ସାମିଲ ହୋଇ ମଧ୍ୟ ବାଟବଣା ହୋଇଯାଇଛନ୍ତି ।

ଅସହାୟତାରେ ବନ୍ଧା ଶିଶୁ ଓ ବୃଦ୍ଧ, ସାହାଯ୍ୟ କରିବେ କି ସରକାର ?

ଗରିବ ତଥା ଅସହାୟ ଲୋକଙ୍କ ପାଇଁ ସରକାର ପ୍ରଣୟନ କରିଛନ୍ତି ଅନେକ ଯୋଜନା । ତଥାପି ମଧ୍ୟ ଅନେକ ସମୟରେ ଗରିବ ହିତାଧିକାରୀ ନାନା କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଦୁଇଟି ଦୁଃଖଦ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ଛୋଟ ନିଷ୍ପାପ ଶିଶୁ ଓ ଅନ୍ୟଟି ଅସହାୟ ବୃଦ୍ଧାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

ବୌଦ୍ଧ ଜିଲ୍ଲାର ଲୁଣିବାହାଲ ଗ୍ରାମର ଜନୈକ ଗରିବ ପରିବାରରେ ଅଳ୍ପ ଦିନ ତଳେ ଜନ୍ମ ନେଇଥିବା ଏକ ଶିଶୁର ଅଣ୍ଟାରେ ଏକ ବଡ ମାଂସ ପିଣ୍ଡୁଳା ବଢୁଥିବାରୁ ତାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ବାଉଁଶୁଣୀ ପଞ୍ଚାୟତ ଡିମିରିପାଲି ଗ୍ରାମର ଜଣେ ଅସହାୟ ବୃଦ୍ଧା ସରକାରୀ ଯୋଜନାରେ ସାମିଲ ହୋଇ ମଧ୍ୟ ତଥା ରାସନ ଓ ସାମାଜିକ ସୁରକ୍ଷା କାର୍ଡ ଥାଇ ମଧ୍ୟ ଚାଉଳ କିମ୍ବା ଭତ୍ତା ପାଉନଥିବା ଅଭିଯୋଗ କରିଛନ୍ତି । ପରିଣତ ବୟସରେ ବୃଦ୍ଧା ଜଣକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଥିବାରୁ ବୃଦ୍ଧାଙ୍କୁ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details