ଓଡିଶା

odisha

ETV Bharat / state

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ବୌଦ୍ଧ ରଥଖଳା - chariot contraction work started in boudh

କରୋନା କଟକଣା ଯୋଗୁଁ ବନ୍ଦ ଥିବା ରଥଯାତ୍ରା ଚଳିତ ବର୍ଷ ପୁଣି ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ରଥଖଳା ହୋଇଛି ଚଳଚଞ୍ଚଳ । ଏଥିପାଇଁ ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ବୌଦ୍ଧ ରଥଖଳା
Boubdh Ratha Festival

By

Published : Jun 1, 2022, 1:53 PM IST

Updated : Jun 1, 2022, 2:07 PM IST

ବୌଦ୍ଧ: ଦୁଇ ବର୍ଷ ପରେ ପୁଣି ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । କୋରୋନା କଟକଣା ଯୋଗୁଁ ବନ୍ଦ ଥିବା ରଥଯାତ୍ରା ଚଳିତ ବର୍ଷ ପୁଣି ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ରଥଖଳା ହୋଇଛି ଚଳଚଞ୍ଚଳ । ଦୁଇ ବର୍ଷ ପରେ ପୁଣି ବଡଦାଣ୍ଡରେ ଭକ୍ତଙ୍କ ଗହଣରେ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ମନ୍ଦିର ପରିଚାଳନା କମିଟି ସହିତ ମିଶି ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି ।ଏଥିପାଇଁ ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

Boubdh Ratha Festival

ବୌଦ୍ଧ ଜିଲ୍ଲା ସଦର ମହକୁମାର ଗଡଖାଇ ନିକଟରେ ଥିବା ପ୍ରାଚୀନ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାର୍ଶ୍ବିକ ବିକାଶ ସରକାରଙ୍କ ପ୍ରଦତ୍ତ ଅର୍ଥ ରାଶିରେ ଆରମ୍ଭ ହୋଇ ସାରିଛି । ବର୍ତ୍ତମାନ ରଥଯାତ୍ରା ପାଇଁ ଚଳଚଞ୍ଚଳ ଉଭୟ ଶ୍ରୀଜଗନ୍ନାଥ ମନ୍ଦିର ଓ ରଥଖଳା । ରଥଖଳାରେ ମହାରଣା ସେବାୟତ ରଥ ମରାମତି କାର୍ଯ୍ୟରେ ଲାଗିପଡିଛନ୍ତି ।

ବୌଦ୍ଧ ରଥର ବିଶେଷତ୍ବ ହେଲା, ଏହା ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ହେବା ସହିତ ଏହା ଅଭଙ୍ଗ ତଥା ଘୂର୍ଣ୍ଣୟମାନ ଯାହାକି ସମ୍ପୂର୍ଣ୍ଣ ବିରଳ। ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ସମ୍ପୂର୍ଣ୍ଣ ଭାବରେ ପୁରୀ ଶ୍ରୀମନ୍ଦିର ଶୈଳୀରେ ପାଳନ କରାଯାଇଥାଏ । ଏହାଛଡା ବୌଦ୍ଧର ଶ୍ରୀ ବିଗ୍ରହ ଗୁଡିକ ବିରଳ ଚନ୍ଦନ କାଠରେ ନିର୍ମାଣ ହେବା ସହିତ ଏହାର ନବକଳେବର ହୋଇନଥାଏ । ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ଚତୁର୍ଦ୍ଧା ବିଗ୍ରହଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶ୍ରଦ୍ଧାଳୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

Last Updated : Jun 1, 2022, 2:07 PM IST

ABOUT THE AUTHOR

...view details