ଓଡିଶା

odisha

By ETV Bharat Odisha Team

Published : Oct 1, 2023, 6:11 PM IST

ETV Bharat / state

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ସମ୍ବର୍ଦ୍ଧିତ ହେଲେ ଶତାୟୁ ନାଗରିକ

ଆଡ଼ମ୍ବରରେ ପାଳନ ହେଲା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ । ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସମ୍ବର୍ଦ୍ଧିତ ହେଲେ ଶତାୟୁ ନାଗରିକ
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସମ୍ବର୍ଦ୍ଧିତ ହେଲେ ଶତାୟୁ ନାଗରିକ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ସମ୍ବର୍ଦ୍ଧିତ ହେଲେ ଶତାୟୁ ନାଗରିକ

ବୌଦ୍ଧ: ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ । ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଜିଲ୍ଲାର ୩ଟି ବ୍ଲକର ଶହଶହ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ସାମିଲ କାରାଯାଇଥିଲା । ଟାଉନ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନ ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ କିଛି ଦାବି ପତ୍ରକୁ ମଧ୍ୟ ଗ୍ରହଣ କରିଥିଲେ । ଜିଲ୍ଲାର ଶତାୟୁ ନାଗରିକଙ୍କୁ ସ୍ଥାନୀୟ ବ୍ଲକ ପ୍ରଶାସନ ଦ୍ବରା ସମ୍ମାନିତ କରାଯାଇଥିଲା । ସେହିପରି ବୌଦ୍ଧପୌରାଞ୍ଚଳରେ ଥିବା ୩ ଜଣ ଶତାୟୁ ନାଗରିକଙ୍କ ଘରେ ଉପଜିଲ୍ଲାପାଳ ଓ ପୌର ଅଧିକାରୀ ପହଞ୍ଚି ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ସକାଳୁ ଯୋଗ ଓ ହାସ୍ୟ ମାଧ୍ୟମରେ ସୁସ୍ଥ ରହିବାକୁ ଆହ୍ବାନ ଦିଆଯାଇ ଉତ୍ସାହିତ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନଗରପାଳ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତି ରହିଥିବା ଅବଦାନକୁ ସ୍ମରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...'ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ; ପ୍ରତି ଜିଲ୍ଲାରେ ହେବ ଲାଙ୍ଗୁଏଜ ଲ୍ୟାବ'

ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଜିଲ୍ଲାର ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦିଆଯାଇଛି ।

ଏହି ଅବସରରେ ଜଣେ ବରିଷ୍ଠ ନାଗରିକଙ୍କ ନିଜସ୍ଵ ଉଦ୍ୟମରେ ବିରଳ ଡାକଟିକଟର ପ୍ରଦର୍ଶନ କରାଯାଇଥିଲା । ଆନ୍ତର୍ଜାତିକ ଠାରୁ ଜାତୀୟ ଏପରିକି ବୌଦ୍ଧ ଗଡ଼ଜାତ ସହ ଜଡିତ ବିଭିନ୍ନ ବିରଳ ଡାକଟିକଟ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା । ଜିଲ୍ଲାର ବରିଷ୍ଠ କଳାକାରମାନେ ମଞ୍ଚରେ ପାରମ୍ପରିକ ଲୋକ କଳା ପ୍ରଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନର ଏଭଲି ପଦକ୍ଷେପକୁ ବରିଷ୍ଠ ନାଗରିକମାନେ ଧନ୍ୟବାଦ ଦେବା ସହ ସ୍ବାଗତ ଯୋଗ୍ୟ ବୋଲି କହିଛନ୍ତି ।

ଏହା ସହ ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସଚେତନ ଅଭିଯାନ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ସାଇବର ସୁରକ୍ଷା ଅଭିଯାନର ଅରମ୍ଭ ହୋଇଛି ।ଏହି ସ୍ବତନ୍ତ୍ର ସଚେତନତା ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ପୋଲିସ ଏସପି ରାଜ ପ୍ରସାଦ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସ୍ବାଗତ କରିଥିଲେ ।



ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details