ବୌଦ୍ଧ: ବୌଦ୍ଧ ଧର୍ମର ନାମାନୁସାରେ ନାମିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବରେ ବୁଦ୍ଧ ଜୟନ୍ତୀ ପାଳିତ । ଏହି ଅବସରରେ ଲୁମ୍ବିନୀ ପତ୍ରିକା ଲୋକାର୍ପିତ ହୋଇଥିଲା ।
କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବରେ ପାଳନ ହେଲା ବୁଦ୍ଧ ଜୟନ୍ତୀ । ବୌଦ୍ଧ ଧର୍ମର ନାମାନୁସାରେ ନାମିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଆଜି(ବୁଧବାର) ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବୁଦ୍ଧ ଜୟନ୍ତୀ ପାଳନ କରାଯାଇଛି ।
ବୌଦ୍ଧ ସହରର ବୁଦ୍ଧ ପାର୍କ ଠାରେ ଥିବା ପ୍ରାଚୀନ ବୁଦ୍ଧ ମୂର୍ତ୍ତି ନିକଟରେ ବୌଦ୍ଧ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି,ବିଡିଓ, ପୌର ଅଧିକାରୀ ପ୍ରମୁଖ ପହଞ୍ଚି ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେହିପରି ରାମେଶ୍ୱର ମନ୍ଦିର, ମହାନଦୀ ବିହାର ପାର୍କ, ଶ୍ୟାମସୁନ୍ଦର ପୁର ଓ ପରଗଳପୁର ଭଳି ସ୍ଥାନ ଗୁଡିକରେ ଥିବା ବୁଦ୍ଧଙ୍କ ପ୍ରତିମାରେ ପ୍ରଶାସନ ପହଞ୍ଚି ପୂଜାର୍ଚ୍ଚନା କରିଥିଲା ।