ଓଡିଶା

odisha

By

Published : Jul 28, 2023, 4:02 PM IST

ETV Bharat / state

ପୁଣିଥରେ ମହାନଦୀରେ ଫସିଲେ ଗୋରୁ ପଲ, ଉଦ୍ଧାର କଲା ଅଗ୍ନିଶମ

ମହାନଦୀ ବନ୍ୟା ଜଳରେ ଫସି ଗଲେ ଗୋରୁ ପଲ । ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

cattle trapped in mahanadi at boudh
cattle trapped in mahanadi at boudh

ପୁଣିଥରେ ମହାନଦୀରେ ଫସିଲେ ଗୋରୁ ପଲ

ବୌଦ୍ଧ:ବର୍ଷା ଲାଗି ରହିଥିବା ବେଳେ ବୃଦ୍ଧି ପାଇବାରେ ଲାଗିଛି ମହାନଦୀ ଜଳସ୍ତର । ମହାନଦୀ ବନ୍ୟା ଜଳରେ ଫସି ଗଲେ ଦଶ ଟିକିଆ ଗୋରୁପଲ । ଗୋରୁପଲଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ସାକୁସିଙ୍ଗାଘାଟ ନିକଟରେ । ଏହା ପୂର୍ବୁର ସେହି ଘାଟରେ ବନ୍ୟା ଜଳସ୍ତର ବୃଦ୍ଧି ଯୋଗୁଁ ଶତାଧିକ ଗାଈଗୋରୁ ମହାନଦୀ ମଧ୍ୟରେ ଫସି ଯାଇଥିଲେ । କିନ୍ତୁ ଅଘଟଣ ପୂର୍ବରୁ ସମସ୍ତ ଗାଈଗୋରୁ ପହଁରି କୂଳକୁ ଆସି ଯାଇଥିଲେ ।

ସେପଟେ ମହାନଦୀ କୂଳିଆ ଅଞ୍ଚଳ ଆଗକୁ ବନ୍ୟାଜଳ ପ୍ରବାହିତ ହେଲେ ପୁଣିଥରେ ବିଚ୍ଛିନ୍ନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାଛଡା ତେଲନଦୀ, ବାଘନଦୀ, ସାଲୁଙ୍କୀ ଭଳି ନଦୀର ବନ୍ୟାଜଳ ଆସି ମହାନଦୀରେ ମିଶିଛି । ଫଳରେ ମନମୁଣ୍ଡାଠାରୁ ମାରଡ଼ା ପର୍ଯ୍ୟନ୍ତ ମହାନଦୀ କୂଳରେ ଅବସ୍ଥିତ ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁଁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବନ୍ୟା ସମୟରେ ପ୍ରଶାସନିକ ସ୍ତରରେ ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଉ ନଥିବାରୁ ବାରମ୍ବାର ଅଘଟଣ ଘଟୁଥିବା ଅଭିଯୋଗ ହେଉଛି ।

ଗତ ସପ୍ତାହରେ ବୌଦ୍ଧ ଜିଲ୍ଲା ଧଳପୁର ନିକଟସ୍ଥ ସାକୁସିଙ୍ଗାଘାଟରେ ଜଳସ୍ତର ବୃଦ୍ଧି ଯୋଗୁଁ ଶତାଧିକ ଗାଈଗୋରୁ ମହାନଦୀ ମଧ୍ୟରେ ଫସି ରହିଯାଇଥିଲେ । ପୁଣି ଗତକାଲି ଏହି ଘାଟିରେ ଦଶ ଟିକିଆ ଗୋରୁ ପଲ ମହାନଦୀରେ ଭାସି ଯାଉଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ଆଠମଲ୍ଲିକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସମସ୍ତଙ୍କ ଉଦ୍ୟମରେ ଉକ୍ତ ଦଶ ଟିକିଆ ଗୋରୁ ପଲ ଉଦ୍ଧାର ହୋଇଥିବା ବେଳେ ଏସବୁ ତଳିଆ ଅଞ୍ଚଳରେ ବ୍ୟାପକ ଜନସଚେତନତା ପାଇଁ ଦାବି ହୋଇଛି।

ଏହା ମଧ୍ୟ ପଢନ୍ତୁ-ଫୁଲୁଛି ମହାନଦୀ, ବଢୁଛି ବନ୍ୟା ଭୟ

ଅନ୍ୟପେଟ ବୌଦ୍ଧଠାରୁ ଧଳପୁର ପର୍ଯ୍ୟନ୍ତ ଥିବା ବନ୍ୟା ପ୍ରବଣ ଦେଇ ଯାଇଥିବା ପୁରୁଣା ଜଗନ୍ନାଥ ସଡକର ଉନ୍ନତି କରଣ କାର୍ଯ୍ୟର ଗୋଟିଏ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେଉନାହିଁ । ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଅଧିବାସୀ ଲୋକେ ବନ୍ୟା ସମୟରେ ବିଚ୍ଛିନ୍ନ ହେବା ନିଶ୍ଚିତ ହୋଇଛି । କାରଣ କୃଷ୍ଣମୋହନପୁର ନିକଟରେ ପ୍ରବାହିତ ବଲାଟ ନାଳ ଉପରେ ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ୍ଣ ସେତୁ ଯୋଗୁଁ ବର୍ତ୍ତମାନଠାରୁ ଯାତାୟତରେ ସମସ୍ୟା ଦେଖାଗଲାଣି । ଏହି ରାସ୍ତା ଉପରେ ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ଥିବା ବେଳେ ଆମ୍ବୁଲାନ୍ସ ସେବାରେ ମଧ୍ୟ ବ୍ୟାପକ ସମସ୍ୟା ରହିଥିବା ସୂଚନା ମିଳିଛି ‌। ଏନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details