ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ସୋମବାର ଦୁଇଟି ପୃଥକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ସମ୍ବଲପୁରରୁ ବୌଦ୍ଧ ନିକଟସ୍ଥ ତେତେଲେଙ୍ଗା ଗାଁକୁ କାରରେ ଫେରୁଥିବା ଏକ ପରିବାର ଗାଁ ଠାରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ବୌଦ୍ଧ ପଟରୁ ଆସୁଥିବା ଏକ ପଲସର ସହ ମୁହାଁମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୁଢିଆଳୀ ଗାଁର ତ୍ରିଲୋଚନ ପ୍ରଧାନ ବୋଲି ସୂଚନା ମିଳିଛି । ବାଇକରେ ବସିଥିବା ଅନ୍ୟ ଦୁଇ ଜଣଙ୍କ ସମେତ କାରରେ ବସିଥିବା ସୁଶାନ୍ତ ଦେଓ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।