ବୌଦ୍ଧ:ଉତ୍ତରପ୍ରଦେଶରେ ଚାଷୀ ଆନ୍ଦୋଳନବେଳେ ହୋଇଥିବା ଅଘଟଣରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିବା କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରୀକୁ ବିରୋଧ କରି ବୌଦ୍ଧ ଜିଲ୍ଲା କଂଗ୍ରେସର କ୍ୟାଣ୍ଡେଲ ରାଲି । ଏହା ସହିତ ସହିତ କେନ୍ଦ୍ରର ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବୌଦ୍ଧ ଜିଲ୍ଲା କଂଗ୍ରେସ।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଆରମ୍ଭରୁ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଏହି ଆଇନକୁ କଳା ଆଇନ ଭାବରେ ଅଭିହିତ କରି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଆସିଛି । ତେବେ ଏଭଳି ସମୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶର ସୀତାପୁର ଠାରେ ଗିରଫଦାରୀର ତୀବ୍ର ବିରୋଧ କରାଯାଇଛି । ବୁଧବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଏନଏସି ଛକ ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।