ବୌଦ୍ଧ:ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିଲା । ଆଜି ଶେଷ ଦିନରେ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରବଳ ଉତ୍ସାହର ସହିତ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୭ ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ଜିଲ୍ଲାର ଏକମାତ୍ର NACର ଅଧ୍ୟକ୍ଷ ପଦ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଜି ସକାଳ 9ଟା ପର୍ଯ୍ୟନ୍ତ ଶାସକ ବିଜେଡି ତାଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନଥିଲା । ଶେଷ ମୂହୁର୍ତ୍ତରେ ବିଜେଡି ପକ୍ଷରୁ ମୃତ୍ୟୁଞ୍ଜୟ ମିଶ୍ରଙ୍କ ନାଁ ଘୋଷଣା କରାଯାଇ ତୁରନ୍ତ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଫଳରେ ବିଜେଡି ଦଳରୁ ଟିକଟ ପାଇଁ ଆଶାୟୀ ଅନ୍ୟ ସମସ୍ତ ପ୍ରାର୍ଥୀ ନିରାଶ ହୋଇଥିବା ସୂଚନା ମିଳିଛି । ସେପଟେ ଶାସକ ଦଳକୁ ଚେକମେଟ ଦେବାକୁ ଦଳ ଯୁବ ନେତୃତ୍ବ ଯୁଗଳ କିଶୋର ସାମଲଙ୍କ ଉପରେ ଆସ୍ଥା ପ୍ରକାଶ କରିଛି ।