ବୌଦ୍ଧ: ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥ ଉପରେ ମନମୁଣ୍ଡା ଓ ବୌଦ୍ଧଠାରେ ଯାତାୟତରେ ସୁବିଧା ପାଇଁ ଆରମ୍ଭ ହୋଇଛି ବାଏପାସ ରାସ୍ତା ନିର୍ମାଣ କାର୍ଯ୍ୟ । ଏହି ସ୍ଥାନରେ ରାସ୍ତା ଅତି ସଂକୀର୍ଣ୍ଣ ତଥା ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାରେ ବାଏପାସ ରାସ୍ତା ଏକାନ୍ତ ଜରୁରୀ ହୋଇ ପଡିଛି । ହେଲେ ନିର୍ଦ୍ଧାରିତ ସମୟଠାରୁ ଢେର ବିଳମ୍ବ ହେବାରୁ ଏବେ ବଢିବାରେ ଲାଗିଛି ସ୍ଥାନୀୟବାସୀଙ୍କ ଅସନ୍ତୋଷ । ସେପଟେ ଏହି ବାଏପାସ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।
2 ବର୍ଷ ହେବ ସରୁନି ବାଏପାସ ନିର୍ମାଣ କାର୍ଯ୍ୟ, ବଢୁଛି ଟ୍ରାଫିକ ସମସ୍ୟା - ବୌଦ୍ଧରେ ଟ୍ରାଫିକ ସମସ୍ୟା
ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥ ଉପରେ ମନମୁଣ୍ଡା ଓ ବୌଦ୍ଧଠାରେ ଯାତାୟତରେ ସୁବିଧା ପାଇଁ ଆରମ୍ଭ ହୋଇଛି ବାଏପାସ ରାସ୍ତା ନିର୍ମାଣ କାର୍ଯ୍ୟ । ହେଲେ ନିର୍ଦ୍ଧାରିତ ସମୟଠାରୁ ଢେର ବିଳମ୍ବ ହେବାରୁ ଏବେ ବଢିବାରେ ଲାଗିଛି ସ୍ଥାନୀୟବାସୀଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ...
2 ବର୍ଷ ହେବ ସରୁନି ବାଏପାସ ନିର୍ମାଣ କାର୍ଯ୍ୟ, ବଢୁଛି ଟ୍ରାଫିକ ସମସ୍ୟା
ତେବେ ମନମୁଣ୍ଡାରେ ଗାନ୍ଧୀଛକଠାରୁ ପିଡବ୍ଲୁଡି ବଙ୍ଗଳା ପର୍ଯ୍ୟନ୍ତ ବାଏପାସ ପାଇଁ ଦୀର୍ଘ ଦୁଇ ବର୍ଷ ହେଲା କାର୍ଯ୍ୟ ଚାଲିଛି ଯେ ସମ୍ପୂର୍ଣ୍ଣ ହେବାର ନାମ ଧରୁନି । ଫଳରେ ଏବେ ବି କେବଳ ମନମୁଣ୍ଡା କିମ୍ବା କଣ୍ଟାମାଳ ବ୍ଲକବାସୀ ନୁହେଁ ବରଂ ସମ୍ପୃକ୍ତ ଜାତୀୟ ରାଜପଥ ଉପରେ ନିର୍ଭର ସମସ୍ତ ଯାତ୍ରୀ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ଏହି ବାଏପାସ ରାସ୍ତା ଜମି ଓ ଘର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ