ବୌଦ୍ଧ: କୋରୋନାର ଦୃତ ଗତିରେ ବୃଦ୍ଧି ସହିତ ଧିରେ ଧିରେ ହଜି ଯିବାରେ ଲାଗିଛି ମାନବିକତା । ଫଳରେ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂକ୍ରମଣ ଚିହ୍ନଟ ହୋଇ ପାଞ୍ଚ ହଜାର ମୁହାଁ ହେଲାଣି । ବୌଦ୍ଧ ଜିଲ୍ଲା ପ୍ରଶାସନର ଚେଷ୍ଟା ସତ୍ତ୍ୱେ କିଛି ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଉଛି । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣର ନୂଆ ଠିକଣା ପାଲଟିଛି ବିଭିନ୍ନ ବିବାହ ଉତ୍ସବ ।
ସେପଟେ ଏସବୁ ସ୍ଥାନକୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କିଛି ଅସାଧୁ କର୍ମଚାରୀ ପକେଟ ଗରମ କରିବାରେ ବ୍ୟସ୍ତ ଥିବା ଚର୍ଚ୍ଚା ହେଉଛି । ସେପଟେ ଆଜି ପୁଣି ମନମୁଣ୍ଡାରୁ ଆସିଛି ସାଙ୍ଘାତିକ ଅଭିଯୋଗ । ସୂଚନା ମୁତାବକ ବୌଦ୍ଧଠାରୁ ସୋନପୁର ଗାଡିରେ ମାଛ ନେଇ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ମନମୁଣ୍ଡା ଠାରେ ସ୍ଥାନୀୟ ପୋଲିସ ଫାଇନ କାଟିବା ନାରେ ଏକଛୋଟ ଚିରା କାଗଜରେ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଛି ।