ବୌଦ୍ଧ: ଘାଟି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ । ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ସୂଚନା ମୁତାବକ ଗତକାଲି (ରବିବାର) ବିଳମ୍ବିତ ରାତିରେ ଭୁବନେଶ୍ବରରୁ ଫୁଲବାଣୀ ଅଭିମୁଖେ ସାରଳା ନାମକ ଏକ ଘରୋଇ ବସ ଯାଉଥିଲା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକର ଢାବା ନିକଟରେ ବସଟି ରାସ୍ତା କଡକୁ ଖସି ପଡିଥିଲା ।
ଘାଟି ରାସ୍ତାରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ - ଘାଟି ନିକଟରେ ରାସ୍ତା କଡକୁ ଖସିଲା ବସ
ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରରୁ ଫୁଲବାଣୀ ଅଭିମୁଖେ ସାରଳା ନାମକ ଏକ ଘରୋଇ ବସ ଯାଉଥିଲା । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ଛକର ଢାବା ନିକଟରେ ରାସ୍ତା କଡକୁ ଖସି ପଡିଥିଲା । ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ଅଧିକ ପଢନ୍ତୁ
![ଘାଟି ରାସ୍ତାରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ ଘାଟି ନିକଟରେ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ](https://etvbharatimages.akamaized.net/etvbharat/prod-images/768-512-15300322-thumbnail-3x2-boudh.jpg)
ଘାଟି ନିକଟରେ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଘାଟି ନିକଟରେ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ବସଟି ଭାରସାମ୍ୟ ହରାଇ କିମ୍ବା ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ 57 ନମ୍ବର ଜାତୀୟ ରାଜପଥ କଡର ଏକ କେନାଲ ଆଡକୁ ଅଧା ଖସି ରହିଯାଇଥିଲା । ଝୁଲି ରହିଥିବା ବସରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆଢେଣୀଗଡ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥାନରେ ଆଢେଣୀଗଡ ଫାଣ୍ଡି ଓ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ