ଓଡିଶା

odisha

ETV Bharat / state

ସ୍ବଚ୍ଛତା ପାଇଁ ମିଳିଛି ପୁରସ୍କାର, ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଓଲଟା - Buddhist District General Hospital

କୋରୋନା ପୀଡ଼ିତଙ୍କ ପାଇଁ କେତେ ପ୍ରସ୍ତୁତ ଅଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତାହା ଆମେ ଜାଣିବାକୁ ଚେଷ୍ଟା କରୁଥିଲି । ତେବେ ଡାକ୍ତରଖାନାର ପାରିପାର୍ଶ୍ବିକ ଅବସ୍ଥାରୁ ଏହା କେତେ ପ୍ରସ୍ତୁତ ତାହା ତତ୍‌କ୍ଷଣାତ୍‌ ବୁଝା ପଡିଯାଇଥିଲା ।

buddhist-district-general-hospital-in-an-unhealthy-environment
ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା

By

Published : Mar 15, 2020, 11:12 PM IST

ବୌଦ୍ଧ: କୋରୋନା ଭାଇରସ ଏବେ ମହାମାରୀର ରୂପ ନେବାକୁ ବସିଛି । କୋରୋନା ଆକ୍ରାନ୍ତଙ୍କ ପାଇଁ କେତେ ପ୍ରସ୍ତୁତ ଅଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତାହା ଆମେ ଜାଣିବାକୁ ଚେଷ୍ଟା କରୁଥିଲି । ତେବେ ଡାକ୍ତରଖାନାର ପାରିପାର୍ଶ୍ବିକ ଅବସ୍ଥାରୁ ଏହା କେତେ ପ୍ରସ୍ତୁତ ତାହା ତତ୍‌କ୍ଷଣାତ୍‌ ବୁଝା ପଡିଯାଇଥିଲା ।

ସ୍ବଚ୍ଛତା ପାଇଁ ମିଳିଛି ପୁରସ୍କାର, ପ୍ରକୃତ ଚିତ୍ର ସମ୍ପୂର୍ଣ୍ଣ ଓଲଟା

କୋରୋନା ଭାଇରସ ସମ୍ପର୍କରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଭୂତାଣୁ ପୀଡ଼ିତଙ୍କ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ୟାପକ ବନ୍ଦୋବସ୍ତ ହେବା କଥା । ଡାକ୍ତରଖାନା ପରିସର ବର୍ତ୍ତମାନ ସମୟରେ ପରିସରକୁ ଅତ୍ୟନ୍ତ ସ୍ବଚ୍ଛ ରଖିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବାସ୍ତବରେ ଅତ୍ୟନ୍ତ ପୂତ୍ତ ଗନ୍ଧମୟ ଅବସ୍ଥାରେ ମୁଖ୍ୟ ଡାକ୍ତରଖାନା ରହିଥିବା ଦେଖିବାକୁ ମିଳିଛି ।

ପରିବେଶ ଏଭଳି ହୋଇଛି ଯେ, କୋରୋନା ଭୂତାଣୁ ଅପେକ୍ଷା ଏଠାକାର ଭୂତାଣୁ ଅତିଶୀଘ୍ର ସୁସ୍ଥ ମଣିଷକୁ ଆକ୍ରାନ୍ତ କରିପକାଇବ । କୁଢକୁଢ ଅଳିଆ ସହ ମଇଳା ପାଣିରେ ମଶା ଉତ୍ପାଦନ କେନ୍ଦ୍ର ପାଲଟିଯାଇଛି । ଏହା ସାଙ୍ଗକୁ ଏକ ମଲା ଗଛ ବିପଦ ଶଙ୍କୁଳ ଭାବରେ ଢଳିରହିଛି । ଡାକ୍ତରଖାନାକୁ ଅଳ୍ପ ଦିନ ତଳେ କାୟାକଳ୍ପ ପୁରସ୍କାର ମଧ୍ୟ ମିଳିଛି । କିନ୍ତୁ ବୋଧେ ପୁରସ୍କାର ମିଳିଲା ପରେ ସ୍ବଛତା କଥା ପାସୋରି ଦେଇଛନ୍ତି କର୍ତ୍ତୃପକ୍ଷ । ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details