ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିକାଶ, ନେନ୍ଦେନ ସେତୁ ହେଲା ଲୋକାର୍ପିତ - ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଏଣିକି ପହଞ୍ଚିବ ବିକାଶ । ଝରଣା ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ ପରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ପହଞ୍ଚି ପାରିବ ବୋଲି ଆଶା ପ୍ରକାଶ ପାଇଛି। ଅଧିକ ପଢନ୍ତୁ

bridge connect to remote area
bridge connect to remote area

By

Published : Apr 6, 2023, 7:00 PM IST

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିକାଶ

ବୌଦ୍ଧ:ଦୁର୍ଗମ ଅଞ୍ଚଳରେ ଏଣିକି ପହଞ୍ଚିବ ବିକାଶର ଗାଡି । ବଣ ପାହାଡ ଘେରା ଅଞ୍ଚଳକୁ ପାହାଡ ଝରଣା ଯୋଗୁଁ ସରକାରଙ୍କ ବିକାଶର ଗାଡି ପହଞ୍ଚି ପାରୁ ନଥିଲା । କିନ୍ତୁ ବର୍ତ୍ତମାନ ନିର୍ମାଣ ହୋଇଛି ସୁଉଚ୍ଚ ସେତୁ । ଯାହାଦ୍ବାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ପହଞ୍ଚିପାରିବ ବୋଲି ଆଶା ପ୍ରକାଶ ପାଇଛି । କାଳକାଳ ଧରି ବଣ ମୂଲକରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଏହି ସେତୁ ବିକାଶର ସେତୁ ପାଲଟିବ ବୋଲି ମତ ପ୍ରକାଶ ପାଇଛି।

ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଗମନାଗମନର ବ୍ୟବସ୍ଥା ହେତୁ ରହିଥିବା ସମସ୍ୟାର ହେବ ସମାଧାନ। ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତର ନେନ୍ଦେନ ନାଳ ଯୋଗୁଁ ନେନ୍ଦେନ ଗ୍ରାମ ସମେତ କୁରୁକୁଚ,ପାବୁଲିପଡା,କରଡାପଦର,ବିଜାମାଲ ଭଳି ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ହେଲେ ବର୍ତ୍ତମାନ ଉକ୍ତ ନେନ୍ଦେନ ନାଳ ଉପରେ ବିଜୁ ସେତୁ ଯୋଜନାରେ ଏକ ସୁଉଚ୍ଚ ସେତୁ ନିର୍ମାଣ ହୋଇଛି । ଆରଡ଼ି ବିଭାଗ ଦ୍ବାରା ପ୍ରାୟ ଦୁଇ ଶହ ବାର କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ଏଠାରେ ସେତୁ ଓ ରାସ୍ତା ନିର୍ମାଣ ହୋଇଛି ।

ଆଜି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉକ୍ତ ସେତୁର ଲୋକାର୍ପଣ କରିଥିଲେ । ଫଳରେ ଏହି ସେତୁ ଦ୍ବାରା ପାଞ୍ଚଟି ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ସିଧାସଳଖ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି । ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଭୟ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ । ଚାରିଛକଠାରୁ ମିଶନ ଶକ୍ତିର ଗୃହକୁ ମନ୍ତ୍ରୀ ଉଦଘାଟନ କରିବା ସହିତ ବଡବନ୍ଧ 5t ହାଇସ୍କୁଲର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ହରାଇନି ବେକାରୀ ସମସ୍ୟା, ଛତୁ ଚାଷ କରି ସ୍ୱାବଲମ୍ବୀ ସମ୍ବଲପୁରର ସେବତୀ

ହେଲେ ନେନ୍ଦେନ ନାଳ ଉପରେ ନିର୍ମାଣ ହୋଇଥିବା ସେତୁ ବିଶେଷ ଭାବରେ ଏହାର ଆପ୍ରୋଚ ରୋଡ ଓ ଏହାର ପଥର ପ୍ୟାକିଂକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ । ଅତ୍ୟନ୍ତ ନିମ୍ନମାନର ପଥର ଦ୍ବାରା ଏ ସବୁର କାର୍ଯ୍ୟ କରାଯାଇ ଥିବାରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଆରଡି ବିଭାଗ ଓ ଏହାର ଠିକାସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଥିଲେ । ନେନ୍ଦେନ ସେତୁ ଲୋକାର୍ପଣ ପରେ 5ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । କିନ୍ତୁ ଆମ୍ବଝରୀ ପଞ୍ଚାୟତ ର କନ୍ଧ ସଂପ୍ରଦାୟର ଅଧିବାସୀ ଆଦିବାସୀ ତାଲିକାରୁ ବାଦ ପଡିଥିବାରୁ ଏଠାରେ କନ୍ଧ ସଂପ୍ରଦାୟର ଲୋକେ ଆବାସ ଯୋଜନାରୁ ବାଦ ପଡିଛନ୍ତି । ଏହାଛଡା ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ପାନୀୟଜଳ, ରାସ୍ତାଘାଟ,ଜଳସେଚନର ବ୍ୟାପକ ସମସ୍ୟା ରହିଥିବାରୁ ଏନେଇ ପ୍ରଶାସନିକ ସ୍ତରରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details