ବୌଦ୍ଧ :ଶୋଚନୀୟ ଅବସ୍ଥାରେ ମହାନଦୀ ଓ ତେଲନଦୀର ସେତୁ । ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଲୁଡା ଛଡ ମଧ୍ୟ ଦେଖାଯାଉଛି । କିନ୍ତୁ ସେତୁକୁ ମରାମତି କରାଯାଉନି । ଯାହାକୁ ନେଇ ବୌଦ୍ଧବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ କଥାବି ନ କହିବା ଭଲ । ଜାତୀୟ ରାଜପଥରେ ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଜିଲ୍ଲାର ବାଉଁଶୁଣୀ, ସାହାଜପାଲ, ବୌଦ୍ଧ, ପୁରୁଣାକଟକ, ଚାରିଛକ ଭଳି ବଜାର ଅଞ୍ଚଳ ଦେଇ ଯାଇଥିବା ଏହି ରାଜପଥ କଡରେ ଉଠା ଦୋକାନୀ ଓ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏନେଇ ସଡକ ଦୁର୍ଘଟଣା ଘଟି ଅନେକ ଧନଜୀବନ ମଧ୍ୟ କ୍ଷତି ଘଟିଛି ।