ଓଡିଶା

odisha

ETV Bharat / state

ଭଙ୍ଗାଛାତ ତଳେ ଚାଲିଛି ଆରଆଇ ଅଫିସ, ରାଜସ୍ବ ଲୁଟୁଛନ୍ତି ବାଲି ମାଫିଆ - boudh illigal factory

ଦିନରାତି ଏକ କରି ମାଫିଆ ମାନେ ଲୁଟି ଚାଲିଛନ୍ତି ସରକାରୀ ଲଘୁଖଣିଜ ସମ୍ପଦ। ଆଉ ଅପାରଗ ରାଜସ୍ବ କର୍ମଚାରୀ କେବଳ ନିଜ ପକେଟ ଗରମ କରିବାରେ ବ୍ୟସ୍ତ । ଅଧିକ ପଢନ୍ତୁ...

ବେଆଇନ ଇଟାଭାଟି ଓ ବାଲି ମାଫିଆଙ୍କ ରାଜ
ବେଆଇନ ଇଟାଭାଟି ଓ ବାଲି ମାଫିଆଙ୍କ ରାଜ

By

Published : Mar 13, 2021, 3:11 PM IST

ବୌଦ୍ଧ: ଅବ୍ୟବସ୍ଥା ଘେରରେ ରାଜସ୍ବ କାର୍ଯ୍ୟାଳୟ। ଗୋଟିଏ ପଟେ କାର୍ଯ୍ୟାଳୟ ଭଙ୍ଗା ଦଦରା ଘରେ ଚାଲିଥିବା ବେଳେ, ଅନ୍ୟପଟେ ବିଭାଗୀୟ କର୍ମଚାରୀଙ୍କ ଅପାରଗତାର ସୁଯୋଗ ନେଇ ଚାଲିଛି ବେଆଇନ ଇଟାଭାଟି ଓ ବାଲି ମାଫିଆଙ୍କ ରାଜ। ଏପରି ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାର ଦହ୍ୟା ଆରଆଇ ଅଫିସରେ।

ବେଆଇନ ଇଟାଭାଟି ଓ ବାଲି ମାଫିଆଙ୍କ ରାଜ

ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଫାଇଲିନ ବାତ୍ୟାରେ କାର୍ଯ୍ୟାଳୟର ଛପର ଉଡିଯାଇଥିଲା ଆଉ ସେବେ ଠାରୁ କେବଳ ଛପରକୁ ଟିକିଏ ସଜାଡି କରି ଅଫିସ କାମ ଚାଲୁଛି। ଅଧିକାଂଶ ସମୟରେ ଖୋଦ ଆରଆଇ ଅନୁପସ୍ଥିତ ରହୁଥିବା ଯୋଗୁଁ ତଳିଆ କର୍ମଚାରୀଙ୍କ ହାତରେ ରାଜସ୍ବ କାର୍ଯ୍ୟାଳୟର ଭାଗ୍ୟ। ଏପରି ସ୍ଥଳେ ଅଞ୍ଚଳରେ ସରକାରଙ୍କ ଲଘୁଖଣିଜ ସମ୍ପଦର କିଭଳି ସୁରକ୍ଷା ହେଉଥିବ ତାହା ସହଜରେ ଅନୁମେୟ। ଦହ୍ୟା ଅଞ୍ଚଳରେ ଥିବା ବେଆଇନ ବାଲିଘାଟ ମାଫିଆଙ୍କ କବଜାରେ ରହିଥିବା ବେଳେ ଅଞ୍ଚଳରେ ଶହ ଶହ ଇଟାଭାଟି କୁଟୀର ଶିଳ୍ପ ପାଲଟିଯାଇଛି। ଟାସ୍କଫୋର୍ସ ଗଠନ ହୋଇନଥିବା ଦର୍ଶାଇ ସରକାରୀ ତହବିଲ ବଦଳରେ ନିଜ ପକେଟ ତହବିଲକୁ ଯାଉଛି ମୋଟା ଅଙ୍କର ଅର୍ଥ।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ବର୍ଷ ତମାମ ଦେଖିବାକୁ ମିଳୁଥିବା ବେଳେ କେଉଁ କାରଣରୁ ଏହାକୁ ରୋକାଯାଇ ପାରୁନି ସେନେଇ ଉଠିଛି ପ୍ରଶ୍ନ। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details