ଓଡିଶା

odisha

ETV Bharat / state

ବୌଦ୍ଧରେ ବେଆଇନ ପଥର ବେପାର

ହରଭଙ୍ଗା ତହସିଲ ଅନ୍ତର୍ଗତ ବାର ପାହାଡରେ ବେଆଇନ ବ୍ଲାଷ୍ଟିଂ ସହ ପଥର ଚୋରି ହେଉଥିବା ସ୍ଥାନକୁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଛି । ପଥର ଚୋର ରାକେଟ ମାଧ୍ୟମରେ କୋଟି କୋଟି ଟଙ୍କାର ରାଜସ୍ବ ହରିଲୁଟ ହେଉଥିବା ସୂଚନା ମିଳିଛି ।

By

Published : May 7, 2019, 5:08 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ହରଭଙ୍ଗା ତହସିଲ ଅନ୍ତର୍ଗତ ବାର ପାହାଡରେ ବେଆଇନ ବ୍ଲାଷ୍ଟିଂ ସହ ପଥର ଚୋରି ହେଉଥିବା ସ୍ଥାନକୁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଛି । ପଥର ଚୋର ରାକେଟ ମାଧ୍ୟମରେ କୋଟି କୋଟି ଟଙ୍କାର ରାଜସ୍ବ ହରିଲୁଟ ହେଉଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ସେହିପରି ତହସିଲ ଅନ୍ତର୍ଗତ ଶତାଧିକ ସ୍ଥାନରେ ସରକାରୀ ଜମିରେ ବେଆଇନ ଭାବେ ଇଟାଭାଟି ତିଆରି କରାଯାଇଛି । ଏଥିରେ ରାଜସ୍ବ ବିଭାଗର ବହୁ ଅର୍ଥ ବାଟମାରଣା ହୋଇଛି । ଏଥିପାଇଁ ଲୋକେ ରାଜସ୍ବ ବିଭାଗର କେତେକ ଅସାଧୁ କର୍ମଚାରୀ ତଥା ଜଙ୍ଗଲ କର୍ମଚାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସରକାରୀ ଜାଗାରେ ଲକ୍ଷ ଲକ୍ଷ ଇଟା ତିଆରି କରାଯାଇ ବିକ୍ରି କରାଯାଉଥିବା ବେଳେ ତହସିଲର ରାଜସ୍ବ ବିଭାଗ ଜାଣତରେ ଏସବୁ ହେଉଥିବାନେଇ ସାମାଜିକ କର୍ମୀ କୃତ୍ତିବାସ ପଲିଆ କହିଛନ୍ତି ।

ଅନ୍ୟପକ୍ଷରେ ଯେଉଁ ସବୁ ସ୍ଥାନରେ ବେଆଇନ ଭାବେ ଇଟା ଭାଟି କରାଯାଇଛି ସେଠାରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଥିବା ସହ ତାଗିଦ କରାଯାଇଥିବା ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓଁ ଭୋଇ ପ୍ରତିକ୍ରିୟା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details