ବୌଦ୍ଧ: ଆଶା ଭରସାରେ ଚାଲିଛି ରୋଗୀ ଚିକିତ୍ସା । ଡାକ୍ତର ଅଭାବ ସାଙ୍ଗକୁ ଡାକ୍ତରଖାନାରେ ଘନ ଘନ ବିଦ୍ୟୁତ କାଟ ଓ ପାନୀୟ ଜଳର ଦେଖାଦେଇଛି ସମସ୍ୟା । ଏଭଳି ଅବ୍ୟବସ୍ଥା ଘେରରେ ରହିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ।
12ଟି ପଞ୍ଚାୟତବାସୀ ଏହି ଚିକିତ୍ସା କେନ୍ଦ୍ର ଉପରେ ଭରସା କରୁଛନ୍ତି । କିନ୍ତୁ ଏଠାରେ ମାତ୍ର ଗୋଟିଏ ଡାକ୍ତର । କେବଳ ଡାକ୍ତର ଅଭାବ ନୁହେଁ, ଘନ ଘନ ବିଦ୍ୟୁତ କାଟକୁ ନେଇ ହସ୍ତସନ୍ତ ହେଉଛନ୍ତି ରୋଗୀ । ଏପରିକି ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।