ଓଡିଶା

odisha

ETV Bharat / state

ଗଛକଟା ପରେ ବୌଦ୍ଧ ପାଳୁଛି ବନ ମହୋତ୍ସବ

ବୌଦ୍ଧରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଛି  । ହେଲେ ବୃକ୍ଷ ରୋପଣ ପାଇଁ  ସମସ୍ତ ଜାଗା ଗୁଡିକରେ ପୂର୍ବରୁ ଥିବା ବଡ ଗଛକୁ କାଟି ଅନ୍ୟତ୍ର ପଠାଇ ଦିଆଯାଇଥିଲା । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

By

Published : Jul 10, 2019, 5:44 PM IST

ଫଟୋ ସୌଜନ୍ଯ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବୌଦ୍ଧରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ କରାଯାଇଛି । ବୁଧବାର ବଘିଆପଡା ନିକଟସ୍ଥ ପଲିଟେକନିକ ଠାରେ ଏହି ବନ ମହୋତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ପିଡି ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବନ ମହୋତ୍ସବରେ ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, ବୃକ୍ଷ ରୋପଣ ପାଇଁ ସମସ୍ତ ଜାଗା ଗୁଡିକରେ ପୂର୍ବରୁ ଥିବା ବଡ ଗଛକୁ କାଟି ଅନ୍ୟତ୍ର ପଠାଇ ଦିଆଯାଇଥିଲା । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୋଟିଏ ପଟେ ବୃକ୍ଷରୋପଣ ଅନ୍ୟପଟେ ଗଛ କଟା ଭଳି କାର୍ଯ୍ୟ ଗୋଦରା କୋଡେ ଯେତେ, ମାଡେ ସେତେ ଭଳି ଉକ୍ତିକୁ ମନ ପକାଇଥିଲା । ଏଥିସହ ଆଜିର କାର୍ଯ୍ୟକ୍ରମରେ ନିକଟସ୍ଥ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦୀର୍ଘ ତିନି ଘଣ୍ଟା ଧରି ଧାଡିରେ ଛିଡା କରାଯିବାକୁ ମଧ୍ୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ଏପଟେ ବିଭାଗର ଭୁଲ ଉପରେ ପରଦା ପକାଇବାକୁ ଯାଇ ବୃକ୍ଷ ଗୁଡିକ ଶୋଭାବର୍ଦ୍ଦକ ନଥିଲା ଏଣୁ ଗଛ ଗୁଡିକୁ କଟାଯାଇଛି ବୋଲି ଅଧିକାରୀ କହିଛନ୍ତି । ଏହାକୁ ନେଇ ପରିବେଶ ଓ ବୃକ୍ଷ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଯଦି ଜଙ୍ଗଲ ବିଭାଗ ବନ ଉତ୍ସବରେ ହିଁ ବୃକ୍ଷ ଗୁଡିକୁ କାଟି ପକାଉଛି ତେବେ ସାଧାରଣ ଲୋକଙ୍କ ନିକଟରେ କେଉଁ ବାର୍ତ୍ତା ଦେଉଛି ବୋଲି ଚର୍ଚ୍ଚା ହୋଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details