ଓଡିଶା

odisha

ETV Bharat / state

ବୌଦ୍ଧରେ ପୁଣି ବଢିଲା ସଟଡାଉନ ଅବଧି, ନିୟମ ମାନିବାକୁ ଅପିଲ କଲେ ଜିଲ୍ଲାପାଳ - boudha latest news

ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳ ସଟଡାଉନର ନିୟମ ମାନି ଘରେ ରହି ସହଯୋଗ କରିବାକୁ ଅପିଲ କରିଛନ୍ତି ।

ବୌଦ୍ଧରେ ପୁଣିବଢିଲା ସଟଡାଉନର ଅବଧି, ନିୟମ ମାନିବାକୁ ଅପିଲ କଲେ ଜିଲ୍ଲାପାଳବୌଦ୍ଧରେ ପୁଣିବଢିଲା ସଟଡାଉନର ଅବଧି, ନିୟମ ମାନିବାକୁ ଅପିଲ କଲେ ଜିଲ୍ଲାପାଳ
ବୌଦ୍ଧରେ ପୁଣିବଢିଲା ସଟଡାଉନର ଅବଧି, ନିୟମ ମାନିବାକୁ ଅପିଲ କଲେ ଜିଲ୍ଲାପାଳ

By

Published : Aug 1, 2020, 5:51 PM IST

ବୌଦ୍ଧ: 3ଦିନ ସଟଡାଉନ ପରେ ପୁଣି ସଟଡାଉନ ଅବଧି ବଢିବା ପରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ଜିଲ୍ଲାପାଳ ସଟଡାଉନ ନିୟମକୁ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି । ଜୁଲାଇ ମାସର ଶେଷ ତିନି ଦିନ ଅର୍ଥାତ ବୁଧବାର, ଗୁରୁବାର ଓ ଶୁକ୍ରବାର ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ହୋଇଥିଲା । ତେବେ ଶୁକ୍ରବାର ସନ୍ଧ୍ୟାରେ ହଠାତ ପୁଣି ସଟଡାଉନ ଅବଧି ବଢାଯିବାରୁ ଗ୍ରାମାଞ୍ଚଳରେ ଲୋକେ ସୂଚନା ପାଇ ପାରି ନଥିଲେ । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବୌଦ୍ଧରେ ପୁଣି ବଢିଲା ସଟଡାଉନର ଅବଧି, ନିୟମ ମାନିବାକୁ ଅପିଲ କଲେ ଜିଲ୍ଲାପାଳ

ବିଶେଷ ଭାବରେ ବଜାର ବନ୍ଦ ଓ ବ୍ୟାଙ୍କ ସେବା ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକ ଅସୁବିଧାରେ ପଡିଛନ୍ତି । ସେପଟେ ଗତ ୩୧ ତାରିଖ ପର୍ଯ୍ୟନ୍ତ କୃଷି ବୀମାର ଅବଧି ଥିବାରୁ ଏବେ ଚିନ୍ତାରେ ଚାଷୀ ପଡିଯାଇଛି । ଏସବୁ ଅସୁବିଧା ଦୂର ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଠେଲାରେ ବିଭିନ୍ନ ବସ୍ତିକୁ ପନିପରିବା ପହଞ୍ଚାଇବାକୁ ଚେଷ୍ଟା କରିଥିବା ବେଳେ ଔଷଧ, ରାସନ ଓ ଫଳ ଦୋକାନୀଙ୍କ ଏକ ତାଲିକା ପ୍ରସ୍ତୁତ କରି କିଭଳି ଘରକୁ ଘର ବା ଡୋରଟୁ ଡୋର ଡେଲିଭରି ଦିଆଯାଇ ପାରିବ ସେ ପ୍ରଚେଷ୍ଟା ଆରମ୍ଭ କରିଛି ।

ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଠେଲାରେ ବିଭିନ୍ନ ବସ୍ତିକୁ ପନିପରିବା ପହଞ୍ଚାଯାଇଛି

ସୂଚନାଥାଉକି, ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟେକ ଶୁକ୍ରବାର, ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳ ସଟଡାଉନର ନିୟମ ମାନି ଘରେ ରହି ସହଯୋଗ କରିବାକୁ ଅପିଲ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details