ବୌଦ୍ଧ : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ପାରଦ 42 ଡିଗ୍ରୀ ଉପରେ ରହୁଥିବାରୁ ଦିନ ଦଶଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି । ସାଧାରଣ ଲୋକଙ୍କ ପାଇଁ ବୌଦ୍ଧ ଥାନା ପକ୍ଷରୁ ଖୋଲାଯାଇଛି ଜଳଛତ୍ର । ଯେଉଁଠି ଲୋକଙ୍କୁ ଥଣ୍ଡା ପାଣି ସହିତ ସର୍ବତ ଯୋଗାଇ ଦିଆଯାଉଛି ।
ପୋଲିସ ହାତରୁ ପିଇଲେ ସର୍ବତ, ସାଲ୍ୟୁଟ ମାରି ଜଣାଇଲେ ସମ୍ମାନ - boudha police distribute drinking water to people
କୋରୋନା ଯୋଦ୍ଧାଙ୍କ ଆଉ ଏକ ଜନହିତକର କାର୍ଯ୍ୟ । ବୌଦ୍ଧ ଥାନା ପକ୍ଷରୁ ଖୋଲାଯାଇଛି ଜଳଛତ୍ର । ପଥଚାରୀଙ୍କୁ ଯୋଗାଯାଉଛି ଥଣ୍ଡା ପାଣି ସହିତ ସର୍ବତ । ଅଧିକ ପଢନ୍ତୁ...
ପୋଲିସ ହାତରୁ ପିଇଲେ ସରବତ ,ସାଲ୍ୟୁଟ ମାରି ଜଣାଇଲେ ସମ୍ମାନ
ପଥଚାରୀ ଡହଡହ ଖରା ସମୟରେ ଏଭଳି ବ୍ୟବସ୍ଥା ଦେଖି ଆନନ୍ଦ ପ୍ରକାଶ କରିବା ସହ ପୋଲିସର ଏଭଳି କାର୍ଯ୍ୟକୁ ନେଇ ସାଲ୍ୟୁଟ ମାରୁଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବା ବେଳେ ବୌଦ୍ଧ ଥାନା ପକ୍ଷରୁ ଥଣ୍ଡା ପାନୀୟ ଯୋଗାଇବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Jun 7, 2020, 9:30 AM IST
TAGGED:
boudha police