ବୌଦ୍ଧ: ଦନ୍ତାହାତୀ ଶୀକାରକୁ ମାସେରୁ ଊର୍ଦ୍ଧ୍ଵ ସମୟ ବିତିଲାଣି । ହେଲେ ଏବେବି ଅନ୍ଧାରରେ ବାଡି ବୁଲାଉଛି ଜଙ୍ଗଲ ବିଭାଗ । ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ତଳଗାଁ ପଞ୍ଚାୟତବାସୀ ।
ଦନ୍ତାହାତୀ ଶୀକାରର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ବୌଦ୍ଧବାସୀ - elephant hunding case
ବୌଦ୍ଧ ଜିଲ୍ଲା ତଳଗାଁ ନିକଟସ୍ଥ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଗତ ଜୁନ ୧୭ ତାରିଖରେ ଦାନ୍ତ ପାଇଁ ଏକ ଦନ୍ତା ହାତୀକୁ ଶୀକାର କରାଯାଇଥିଲା । ଦନ୍ତାହାତୀର ବିଭିନ୍ନ ସ୍ଥାନରେ 11ଟି ଗୁଳି ସହ ଅନ୍ୟ କ୍ଷତ ଦାଗ ଚିହ୍ନଟ ହୋଇଥିଲା ।
ଦନ୍ତାହାତୀ ଶୀକାରର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ବୌଦ୍ଧବାସୀ
କିଛି ଦିନ ପରେ ପୁଣି 2 ଜଣ ଲୋକଙ୍କୁ ଜଙ୍ଗଲ ବିଭାଗ ଉଠାଇ ନେବା ପରେ ଗ୍ରାମବାସୀ କିଛି ଜଙ୍ଗଲ କର୍ମଚାରୀଙ୍କୁ ଚଲାଇ ଚଲାଇ ନେବା ମାମଲା ହରଭଙ୍ଗା ଥାନାରେ ପହଞ୍ଚିଥିଲା। ଜଙ୍ଗଲ ବିଭାଗ ପ୍ରକୃତ ଦୋଷୀକୁ ନଧରି ଅନ୍ଧାରରେ ବାଡି ବୁଲାଉଥିବା ଚର୍ଚ୍ଚା ହେଉଛି । ସୋମବାର ତଳଗାଁ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ କିଛି ଗ୍ରାମବାସୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ