ଓଡିଶା

odisha

By

Published : Dec 18, 2019, 8:58 PM IST

ETV Bharat / state

ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ

ବୌଦ୍ଧ ଜିଲ୍ଲାର ତେଲିବନ୍ଧ ହାଟପଦା ନିକଟସ୍ଥ ଏକ ବୁଦାମୂଳରେ ନିଖୋଜ ପଙ୍କଜିନୀଙ୍କ ମୃତଦେହ ଠାବ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

DEADBODY FOUND
ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ

ବୌଦ୍ଧ: ଜିଲ୍ଲାରେ ଚାଞ୍ଚଲ୍ୟ । ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ । ତେଲିବନ୍ଧ ହାଟପଦା ନିକଟସ୍ଥ ଏକ ବୁଦାମୂଳରେ ତାଙ୍କ ମୃତଦେହ ଠାବ କରିଛି ପୋଲିସ । ଦୀର୍ଘ 8 ଦିନ ହେଲା ସେ ନିଖୋଜ ଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଛି ।

ଆଠ ଦିନ ପରେ ମିଳିଲା ନିଖୋଜ ପଙ୍କଜିନୀଙ୍କ ମୃତଦେହ

ସୂଚନା ଅନୁସାରେ, ଗତ 8 ଦିନ ହେଲା ନିଖୋଜ ଥିଲେ ପଙ୍କଜିନୀ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ପଙ୍କଜିନୀଙ୍କ ନିଖୋଜ ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏସପି । ବହୁ ଖୋଜଖୋଜି ପରେ ତାଙ୍କ ମୃତଦେହ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା ପରେ ଫୋପଡି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ପ୍ରକାଶ ଯେ, ଯୌତୁକ ପାଇଁ ଶାଶୁଘର ଲୋକେ ଦୀର୍ଘ ଦିନରୁ ପଙ୍କଜିନୀଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇ ଆସୁଥିଲା ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details