ଓଡିଶା

odisha

ETV Bharat / state

ଦଳିତ ଛାତ୍ରଛାତ୍ରୀଙ୍କୁ ହତ୍ୟା ପ୍ରତିବାଦ, ବୌଦ୍ଧରେ ପାଣଗଣ୍ଡା ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ - ବୌଦ୍ଧରେ ପାଣଗଣ୍ଡା ସମାଜ ପକ୍ଷରୁ ପ୍ରତିବାଦ

ଦଳିତ ଛାତ୍ରଛାତ୍ରୀଙ୍କୁ ହତ୍ୟା ପ୍ରତିବାଦ । ବୌଦ୍ଧରେ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରତିବାଦ । ରାଜସ୍ଥାନ ଜାଲୋରରେ ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ । ଗୋଲାମୁଣ୍ଡାର ଦଳିତ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁର ସିବିଆଇ ତଦନ୍ତ ନେଇ ଦାବି । ଏନେଇ ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରାରେ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଦଳିତ ଛାତ୍ରଛାତ୍ରୀଙ୍କ ହତ୍ୟାକାରୀକୁ ଦଣ୍ଡାଦେଶ ପାଇଁ ଦାବିପତ୍ର, ବୌଦ୍ଧରେ ପାଣଗଣ୍ଡା ସମାଜ ପକ୍ଷରୁ ପ୍ରତିବାଦ
ଦଳିତ ଛାତ୍ରଛାତ୍ରୀଙ୍କ ହତ୍ୟାକାରୀକୁ ଦଣ୍ଡାଦେଶ ପାଇଁ ଦାବିପତ୍ର, ବୌଦ୍ଧରେ ପାଣଗଣ୍ଡା ସମାଜ ପକ୍ଷରୁ ପ୍ରତିବାଦ

By

Published : Aug 26, 2022, 3:40 PM IST

ବୌଦ୍ଧ : ଦଳିତ ଛାତ୍ରଛାତ୍ରୀଙ୍କୁ ହତ୍ୟା ପ୍ରତିବାଦ । ବୌଦ୍ଧରେ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରତିବାଦ । ଦେଶ ତଥା ରାଜ୍ୟରେ ଦଳିତମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ନେଇ ଅଭିଯୋଗ କରିଛି ବୌଦ୍ଧ ପାଣ ଗଣ୍ଡା ସମାଜ । ରାଜସ୍ଥାନ ଜାଲୋରରେ ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୁକ୍ତ ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଦାବି । କଳାହାଣ୍ଡି ଜିଲ୍ଲ ଗୋଲମୁଣ୍ଡାର ୧୦ମ ଶ୍ରେଣୀର ଦଳିତ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି । ସେହିପରି ବୌଦ୍ଧ ଜିଲ୍ଲାରେ ଦଳିତ ବର୍ଗର ମହିଳାଙ୍କୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ନେଇ ଦାବି କରିଛନ୍ତି ସମାଜର କର୍ମକର୍ତ୍ତା ।

ଦଳିତ ଛାତ୍ରଛାତ୍ରୀଙ୍କ ହତ୍ୟାକାରୀକୁ ଦଣ୍ଡାଦେଶ ପାଇଁ ଦାବିପତ୍ର, ବୌଦ୍ଧରେ ପାଣଗଣ୍ଡା ସମାଜ ପକ୍ଷରୁ ପ୍ରତିବାଦ

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଗୁରୁବାର ଏକ ବିଶାଳ ଶୋଭାଯାତ୍ରାରେ କରାଯାଇଛି । ଏହି ଅବସରରେ ବିକାଶ ପରିଷଦର କର୍ମକର୍ତ୍ତା ଓ ସମର୍ଥକମାନେ ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ ଆଗରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦର ବରିଷ୍ଠ କର୍ମକର୍ତ୍ତା ସୁଧାଂଶୁ ଡାଙ୍ଗ କହିଛନ୍ତି, " ଗତ କିଛି ଦିନ ତଳେ ଜାଲୋର ଜିଲ୍ଲାର ଜଣେ ଦଳିତ ଛାତ୍ର ସ୍କୁଲ ମାଠିଆରୁ ପାଣି ପିଇବାରୁ ଶିକ୍ଷକ ଜୈଲ ସିଂହ ସଂପୃକ୍ତ ଛାତ୍ରଙ୍କୁ ଦଳିତ ବୋଲି କହି ପିଟି ପିଟି ହତ୍ୟା କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଦେବା ସହ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ଦାବୀ କରିଛୁ । କଳାହାଣ୍ଡି ଜିଲ୍ଲ ଗୋଲମୁଣ୍ଡାର ୧୦ମ ଶ୍ରେଣୀର ଦଳିତ ଛାତ୍ରୀଙ୍କୁ ଗଣ ବଳତ୍କାର କରିବା ପରେ ହତ୍ୟା କରାଯାଇଥିବା ମନେହୁଏ, ଏଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ସହ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ଦାବୀ କରିଛୁ । ସେହିପରି ବୌଦ୍ଧ ଜିଲ୍ଲାରେ ଦଳିତ ବର୍ଗର ମହିଳାଙ୍କୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି କେନ୍ଦ୍ରରେ ଦଳିତ ବର୍ଗର ମହିଳାଙ୍କୁ ପାଚିକା ଓ ସହାୟିକା ପଦରେ ନିଯୁକ୍ତି ଦେବାକୁ ଦାବି କରିଛୁ ।"

ଏହାବି ପଢନ୍ତୁ:ଆଶ୍ରମ ସ୍କୁଲ ପ୍ରଥମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ବିତ

ଏହି ଅବସରରେ ଦଳିତ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଓ ସେମାନଙ୍କ ହତ୍ୟାକାରୀକୁ ଖୁବ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ପାଣ ଗଣ୍ଡା ସମାଜ । ଏନେଇ ପାଣଗଣ୍ଡା ସମାଜ ପକ୍ଷରୁ ବୌଦ୍ଧ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details