ଓଡିଶା

odisha

ETV Bharat / state

ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ - kishan congress protest

ରାଜ୍ୟରେ ବ୍ୟାପକ ହେଉଛି ଚାଷୀ ସମସ୍ୟା । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା, ରେଜିଷ୍ଟ୍ରେସନ ଓ ଧାନ କିଣାରେ ଅନିୟମିତତା ଯୋଗୁଁ ଚାଷୀ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ କରିଛି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ । ଅଧିକ ପଢନ୍ତୁ...

ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ
ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ

By

Published : Aug 14, 2021, 3:52 PM IST

ବୌଦ୍ଧ: ରାଜ୍ୟରେ ବ୍ୟାପକ ହେଉଛି ଚାଷୀ ସମସ୍ୟା । ଜଳସେଚନ ଠାରୁ ଆରମ୍ଭ କରି ଧାନ ବିକ୍ରି ଯାଏଁ ସବୁ କ୍ଷେତ୍ରରେ ଅସୁବିଧା ଭୋଗୁଛି ଚାଷୀ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା, ରେଜିଷ୍ଟ୍ରେସନ ଓ ଧାନ କିଣାରେ ଅନିୟମିତତା ନେଇ ଋଣଗ୍ରସ୍ତ ଚାଷୀ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛି ବୋଲି ଅଭିଯୋଗ କରିଛି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସ । ଏହି ଅବ୍ୟବସ୍ଥାକୁ ପ୍ରତିବାଦ କରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ ।

ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ
ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ

ବୌଦ୍ଧ ଜିଲ୍ଲାରେ ଧାନ ଚାଷ ପାଇଁ ନୁହେଁ ବରଂ ଗଞ୍ଜେଇ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣ ସାରର ଆବଶ୍ୟକତା ରହିଛି । ଏଭଳି ସାଙ୍ଘାତିକ ଅଭିଯୋଗକୁ ଖୋଦ୍ କୃଷି ଅଧିକାରୀ ସ୍ବୀକାର କରିଛନ୍ତି । ଜିଲ୍ଲାର ତିନୋଟି ବ୍ଲକରେ ଅନାବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଲାଣି । କିନ୍ତୁ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଚାଷୀ ପ୍ରତ୍ୟେକ ବର୍ଷ ଜଳସେଚନ ଠାରୁ ଧାନକ୍ରୟ ପର୍ଯ୍ୟନ୍ତ ନାନା ସମସ୍ୟାରେ ଛନ୍ଦି ହେଉଥିବା କିଷାନ କଂଗ୍ରେସ ଅଭିଯୋଗ କରିଛି ।

ଚାଷୀ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବ କିଷାନ କଂଗ୍ରେସ

ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାରେ ଚାଷୀ ଚାଷ ଜମିରେ ପାଣି ପାଇପାରୁନଥିବା ବେଳେ ଅନ୍ୟପଟେ ସାରର କଳାବଜାରୀ ମଧ୍ୟ ଆରମ୍ଭ ହୋଇଗଲାଣି । ଉପାନ୍ତ ଜଙ୍ଗଲ ଅଞ୍ଚଳରେ ହେଉଥିବା ବେଆଇନ ଗଞ୍ଜେଇ ଚାଷ ପାଇଁ ବିଶେଷ ଭାବେ ସାରର ଆବଶ୍ୟକତା ରହିଥିବାରୁ ମାଫିଆମାନେ ଚଢା ଦରରେ ସାର ଡିଲର ଓ ସମବାୟ କର୍ମଚାରୀଙ୍କ ସହଯୋଗରେ ଏହା କିଣୁଥିବା ଚର୍ଚ୍ଚା ହେଉଛି । ସେପଟେ ଜିଲ୍ଲାରେ ଚାଷୀଙ୍କ ବିଗତ ବର୍ଷର ଧାନକ୍ରୟ ହୋଇନପାରିବା କାରଣରୁ ଚାଷୀ ଧାର କରଜରେ ବୁଡି ରହିଥିବା ଅଭିଯୋଗ କରିଛି କିଷାନ କଂଗ୍ରେସ । ଚଳିତ ବର୍ଷର ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା, ଜଳସେଚନ ସମସ୍ୟା, ସାର ଓ ଧାନକ୍ରୟ ନେଇ ଆଗାମୀ ଦିନରେ ଦଳ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details