ବୌଦ୍ଧ:ପଲ୍ଲିଶ୍ରୀ ମେଳା(pallishree mela)ରେ ସ୍ବଂୟ ସହାୟକ ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ । ରାମଲୀଳାଯାତ୍ରା ଉପଲକ୍ଷେ ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏକ ଷ୍ଟଲରୁ ମାଣ୍ଡିଆ ଚୂନା କିଣିଛନ୍ତି । ମହିଳା ଗୋଷ୍ଠୀକୁ ଉତ୍ସାହିତ କରିବାକୁ ମାଣ୍ଡିଆ ବାବଦରେ ବିଧାୟକ ଦୁଇ ଗୁଣ ଅର୍ଥ ମଧ୍ୟ ଦେଇଛନ୍ତି । ଯାହାକି ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧ ଜିଲ୍ଲାର ଗଣପର୍ବ ଶ୍ରୀ ରାମଲୀଳାଯାତ୍ରା ଉପଲକ୍ଷେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ତୃତୀୟ ଦିନରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହାଛଡା ବିଭିନ୍ନ ଚିତ୍ର ତାରକା ଓ ଗବେଷକମାନେ ମଧ୍ୟ ସୋମବାର ସନ୍ଧ୍ୟାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ବୁଦ୍ଧ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମେଳାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତ ତିଆରି ସାମଗ୍ରୀର ଯଥେଷ୍ଟ ଚାହିଦା ରହିଥିଲା ।