ବୌଦ୍ଧ: ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଜଣେ ଗରିବ ଦିନ ମଜୁରିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । କାଗଜପତ୍ରରେ ଘରକୁ ଦେଖାଯାଇ ଅର୍ଥ ହଡପ ହୋଇଥିବା ଦେଖିବାକୁ ମିଳିଛି ।
ହିତାଧିକାରୀ ଖୋଦ ଏନେଇ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବୌଦ୍ଧ ବ୍ଲକରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଏ ସମ୍ପର୍କରେ ସେ ଡିଆରଡିଏ ପିଡି ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।