ବୌଦ୍ଧ: ପ୍ରାଚୀନ ସମୟରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଲୋକକଳା ବର୍ତ୍ତମାନ ବିଲୁପ୍ତ ପ୍ରାୟ । ଏହି କଳାକୁ ବଞ୍ଚାଇ ରଖିଥିବା କଳାକାର ମଧ୍ୟ ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ଯାହାମଧ୍ୟରେ ବୌଦ୍ଧ ଜିଲ୍ଲାର କେତେକ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଡୁରା ଜନଜାତି ଅନ୍ୟତମ ।
ଏହି ସମ୍ପ୍ରଦାୟ ରାଜତନ୍ତ୍ର ଶାସନ କାଳରେ ଲୋକଙ୍କୁ ମୁଣ୍ଡ ତୁପା, ଘୁଡୁକା, କେନ୍ଦରା, ଘୋଡାନାଚ, ବହୁଡେଗା ଭଳି ମନୋରଞ୍ଜନଧର୍ମୀ ଲୋକ ନାଚ ତଥା ଖେଳ ପ୍ରଦର୍ଶନ କରୁଥିଲେ । ହେଲେ ସମ୍ପ୍ରତ୍ତି ଆଧୁନିକତାର ଚାକଚକ୍ୟ ତଥା ଡିଜିଟାଲ ଯୁଗରେ ଏହି କଳା ସମାଜଠାରୁ ଅନତି ଦୂରରେ । ଏବେ କେବେ କେଉଁଠି, ଘୁଡୁକା ବଜାଇ ମଙ୍ଗଳା ମେଢ କରି ମାଗି ଯାଚି ଚଳୁଛନ୍ତି ଏହି ଜନଜାତି । କାରଣ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ।