ଓଡିଶା

odisha

ଟେଲି ମେଡିସିନ ସେବା ଯୋଗାଇବାରେ ପ୍ରଥମ ବୌଦ୍ଧ

By

Published : Jul 7, 2021, 8:48 AM IST

ଟେଲି ମେଡିସିନ ସେବା କ୍ଷେତ୍ରରେ ସାରା ରାଜ୍ୟରେ ପ୍ରଥମ ବୌଦ୍ଧ । ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ । ଅଧିକ ପଢନ୍ତୁ...

boudha district is the first position of the state in the field of telemedicine services
ଟେଲି ମେଡିସିନ ସେବା କ୍ଷେତ୍ରରେ ବୌଦ୍ଧ ପ୍ରଥମ

ବୌଦ୍ଧ: ଜିଲ୍ଲାରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ତେବେ ଏହି କୋରୋନା ମହାମାରୀ ସମୟରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଟେଲି ମେଡିସିନ ସେବା ଯୋଗାଇଵାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ବୌଦ୍ଧ ଜିଲ୍ଲା । ଏ ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯିବା ସହ ସ୍ବାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି ।

ଟେଲି ମେଡିସିନ ସେବା କ୍ଷେତ୍ରରେ ବୌଦ୍ଧ ପ୍ରଥମ

ଜିଲ୍ଲାରେ କୋରୋନା ସମୟରେ ସାଧାରଣ ସ୍ବାସ୍ଥ୍ୟସେବାକୁ ମଧ୍ୟ ଗୁରୁତ୍ବ ଦିଆଯାଇ ଟେଲି ମେଡିସିନ ଓ ସଞ୍ଜିବନୀ କାର୍ଯ୍ୟକ୍ରମ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ଧାରାରେ ଉଭୟ ସେବା ନିମନ୍ତେ ବୌଦ୍ଧ ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ।

ବୌଦ୍ଧ ଜିଲ୍ଲାର ଖୁଣ୍ଟିଗୋରା,ପଲସାଗୋରା,ବଘିଆପଡା, ଜହ୍ନାପଙ୍ଗ ଓ ହରଭଙ୍ଗା ଭଳି ପାଞ୍ଚଟି ସ୍ଥାନରେ ଏହି ଟେଲି ମେଡିସିନ ସେବା ଗରିବ ତଥା ଅସହାୟ ଲୋକଙ୍କୁ ଯୋଗାଇ ଦିଆଯାଉଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details