ଓଡିଶା

odisha

ETV Bharat / state

ବୌଦ୍ଧରେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରର ବିଜେପି ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବୌଦ୍ଧରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ
ବୌଦ୍ଧରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ

By

Published : Apr 20, 2023, 6:16 PM IST

ବୌଦ୍ଧରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ:କେନ୍ଦ୍ର ସରକାର ବିରୁଦ୍ଧରେ ଗର୍ଜିଲା ଜିଲ୍ଲା କଂଗ୍ରେସ । ବିଜେପି ସରକାରଙ୍କ ବିଭିନ୍ନ ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଡାକରା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କଂଗ୍ରେସ ନେତା, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଋଦ୍ଦଠାରୁ ନେଇ ଆଦାନୀ ଓ ଉତ୍ତର ପ୍ରଦେଶ ମାମଲାରେ ବିଜେପିକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ।

ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ସତ୍ୟାଗ୍ରହରେ ଫୁଲବାଣୀର ପୂର୍ବତନ କଂଗ୍ରେସ ବିଧାୟକ ଅଭିମନ୍ୟୁ ବେହେରା, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ରର ମୋଦି ସରକାର ସମ୍ବିଧାନର ଅସତ ବ୍ୟବହାର କରି ବର୍ତ୍ତମାନ ସମ୍ବିଧାନକୁ ବିପଦରେ ପକାଇଥିବା କଂଗ୍ରେସ ଅଭିଯୋଗ କରିଛି । ଆଦାନୀ ଗୃପ୍‌ ଅଫ୍‌ କମ୍ପାନୀ ମାଧ୍ୟମରେ ଦେଶର ନାଗରିକଙ୍କୁ ବିପଦ ମୁହଁକୁ ଠେଲି ଦେଇଛି ମୋଦି ସରକାର । ସାଧାରଣ ଲୋକଙ୍କ ହିତ ନୁହେଁ ବରଂ ସରକାର ଧନୀ ଲୋକଙ୍କ ହିତ ଅଧିକ ଚାହୁଁଥିବା କଂଗ୍ରେସ ଦାବି କରିଛି ।

କଂଗ୍ରେସ ନେତା ଅଭିମନ୍ୟୁ ବେହେରା କହିଛନ୍ତି, "ଆଦାନୀ କମ୍ପାନୀ ବିଶ୍ବର ସୁବୁଠାରୁ ବଡ ଠକ କମ୍ପାନୀ ବୋଲି ହିଣ୍ଡେନ ବର୍ଗ ରିପୋର୍ଟ ଦେଇଛି । ଏହାକୁ ନେଇ ପାର୍ଲିଆମେଣ୍ଟାରୀ କମିଟି (ଜେପିସି) ବସାଇବା ଦାବିକୁ କେନ୍ଦ୍ର ସରକାର ଖାତିର କରୁନାହାନ୍ତି । ଦେଶର ଲୋକ ଆଜି ଏହି ନୀତି ପାଇଁ ଦରବୃଦ୍ଧି ସହ ବେକାରୀକୁ ସାମ୍ନା କରୁଛନ୍ତି । ଏଭଳି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପ୍ରଶ୍ନ କରିବାରୁ ତାଙ୍କୁ ଚକ୍ରାନ୍ତ କରି ମକଦ୍ଦମାରେ ଫସାଇ ତାଙ୍କ ସାଂସଦ ପଦକୁ ଋଦ୍ଦ କରି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୀତି ଦେଶ ବିରୋଧ କରିବା ଅର୍ଥ ‘ଦେଶ ଦ୍ରୋହ’ର ଆଖ୍ୟା ମିଳୁଛି । ED, CBIକୁ ଲଗାଇ ବିରୋଧି ମାନଙ୍କର କଣ୍ଠରୋଧ କରାଯାଉଛି । ରାଜ୍ୟରେ ସରକାରମାନଙ୍କୁ ଭାଙ୍ଗିବା ପାଇଁ କୋଟିକୋଟି ଟଙ୍କା ବିଜେପି ଖର୍ଚ୍ଚ କରୁଛି ।"

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆଜି(ଗୁରୁବାର) ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ବୌଦ୍ଧରେ କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦେଶରେ ସମ୍ବିଧାନକୁ କେନ୍ଦ୍ରର ବିଜେପି ସରକାର ସମ୍ପୂର୍ଣ୍ଣ ବିପଦ ମୁହଁକୁ ଠେଲି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ଦେଶର ହିତ ପାଇଁ ତଥା ଦେଶବ୍ୟାପୀଙ୍କ ସ୍ବାର୍ଥରକ୍ଷା ଉଦ୍ଦେଶ୍ୟରେ କଂଗ୍ରେସ ନିରନ୍ତର ଲଢେ଼ଇ ଜାରି ରଖିବ ବୋଲି ସୂଚନା ଦେଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details