ଓଡିଶା

odisha

କୃଷି ବିଲ ବିରୋଧରେ ବୌଦ୍ଧ କଂଗ୍ରେସର ସତ୍ୟାଗ୍ରହ

By

Published : Oct 31, 2020, 8:05 PM IST

Updated : Oct 31, 2020, 8:33 PM IST

କୃଷି ଆଇନକୁ ବିରୋଧ କରି ବୌଦ୍ଧ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ । ପଢନ୍ତୁ ଅଧିକ...

କୃଷି ବିଲ ବିରୋଧରେ ବୌଦ୍ଧ କଂଗ୍ରେସର ସତ୍ୟାଗ୍ରହ
କୃଷି ବିଲ ବିରୋଧରେ ବୌଦ୍ଧ କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ: କୃଷି ଆଇନକୁ ବିରୋଧ କରି ବୌଦ୍ଧ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥି ଅବସରରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ ଦିବସ ପାଳନ କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ବାନ କ୍ରମେ ବୌଦ୍ଧ ଜିଲ୍ଲାର ଶତାଧିକ କଂଗ୍ରେସ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଳନ କରିଥିଲେ ।

କୃଷି ବିଲ ବିରୋଧରେ ବୌଦ୍ଧ କଂଗ୍ରେସର ସତ୍ୟାଗ୍ରହ

ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆବାହକତ୍ବରେ କର୍ମୀମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନକୁ ତୀବ୍ର ବିରୋଧ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପୂର୍ବରୁ ଅନେକ ସରକାରୀ କଳକୁ କେନ୍ଦ୍ର ସରକାର ବ୍ୟବସାୟୀକରଣ କରି ସାରିଥିବା ବେଳେ ବର୍ତ୍ତମାନ କୃଷି ସମ୍ପର୍କିତ ବିଧେୟକକୁ ବ୍ୟବସାୟୀ କରଣକୁ ତୀବ୍ର ବିରୋଧ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 31, 2020, 8:33 PM IST

ABOUT THE AUTHOR

...view details