ଓଡିଶା

odisha

Rahul Gandhi Disqualification: ବୌଦ୍ଧ କଂଗ୍ରେସ କହିଲା ରାହୁଲଙ୍କୁ ଭୟ କରୁଛି କେନ୍ଦ୍ର ସରକାର

By

Published : Mar 31, 2023, 10:40 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ମାମଲା। ରାହୁଲଙ୍କ ଦୁଇଟି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ଷଡଯନ୍ତ୍ର କରି ସଦସ୍ୟତା ପଦ ରଦ୍ଦ କରିଥିବା ଅଭିଯୋଗ ଆଣିଲା ବୌଦ୍ଧ କଂଗ୍ରେସ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ଓ ସାଂସଦ ପଦ ରଦ୍ଦ ଘଟଣାକୁ ନେଇ ସରଗରମ ରାଜନୀତି
ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ଓ ସାଂସଦ ପଦ ରଦ୍ଦ ଘଟଣାକୁ ନେଇ ସରଗରମ ରାଜନୀତି

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ଓ ସାଂସଦ ପଦ ରଦ୍ଦ ଘଟଣାକୁ ନେଇ ସରଗରମ ରାଜନୀତି

ବୌଦ୍ଧ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ଓ ସାଂସଦ ପଦ ରଦ୍ଦ ଘଟଣାକୁ ନେଇ ସରଗରମ ରାଜନୀତି । କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବରେ କରାଯାଇଥିବା କହି କ୍ଷୋଭ ପ୍ରକାଶ କଲା କଂଗ୍ରେସ । ରାହୁଲଙ୍କ ଦୁଇଟି ପ୍ରଶ୍ନର ଉତ୍ତର ସଂସଦରେ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ଯୋଜନା ବଦ୍ଧ ଭାବରେ ରାହୁଲଙ୍କୁ ଜେଲଦଣ୍ଡ ତଥା ସାଂସଦ ପଦ ରଦ୍ଦ ଭଳି ପଦକ୍ଷେପ ଗ୍ରହଣ କରିଛି ।


କଂଗ୍ରେସ ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ‘‘ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ । ପ୍ରଥମଟି ଆଦାନୀ କମ୍ପାନୀ ସମୂହର ସମୁଦାୟ 23 ହଜାର କୋଟି ଟଙ୍କାର ମାଲିକାନା କୁନେଇ ପ୍ରଶ୍ନ ଉଠାଇବା ସହିତ ଏହାର ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟ କମିଟି ଦ୍ବାରା ତଦନ୍ତ ପାଇଁ ଦାବି କରିଥିଲେ । ଏହାଛଡା ଆଦାନୀ ଗୃପ ସହିତ ମୋଦିଙ୍କ ସମ୍ପର୍କ କଣ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ଭୟକରି କେନ୍ଦ୍ର ସରକାର ଏପରି ତୁଚ୍ଛ କାର୍ଯ୍ଯ କରିଥିବା ନିଶିକାନ୍ତ ଆଭିଯୋଗ କରିଛନ୍ତି।’’

ଏହାସହ 2014 ମସିହା ପୂର୍ବରୁ ଗୌତମ ଆଦାନୀ ବିଶ୍ୱ ର ଧନୀ ତାଲିକାରେ 609 ନମ୍ବର ରେ ଥିଲେ । ତେବେ ହିଣ୍ଡେନବର୍ଗ ରିପୋର୍ଟ ପୂର୍ବରୁ ତାଙ୍କର ସମୁଦାୟ ସମ୍ପତ୍ତି ବାର ଲକ୍ଷ କୋଟି ଟଙ୍କା ହୋଇ ସେ ବିଶ୍ବର ଦ୍ୱିତୀୟ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ତେବେ କିପରି ଏହା ସମ୍ଭବ ହେଲା ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସର ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ସ୍ବରକୁ କେନ୍ଦ୍ର ବିଜେପି ସରକାର ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରାଯାଇଛି ।

ରାହୁଲ ଗାନ୍ଧୀଙ୍କ ଗିରଫଦାରୀ ତଥା ସାଂସଦ ପଦ ରଦ୍ଦ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ଏନେଇ କଂଗ୍ରେସ ପ୍ରତ୍ୟେକ ବୁଥ ସ୍ତରରେ ପହଞ୍ଚିବ ବୋଲି ସୂଚନା ଦେଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର ଓ ଜିଲ୍ଲା ସ୍ତରୀୟ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ । କେନ୍ଦ୍ର ର ମୋଦି ସରକାର କୁଚକ୍ରାନ୍ତ କରି ରାହୁଲ ଗାନ୍ଧୀ ଙ୍କୁ ଫାସାଇ ଦେଇଥିବା କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଥିଲେ ।କଂଗ୍ରେସ ନେତା ରାହୁଲଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ତାଙ୍କୁ ଏଭଳି ଚକ୍ରାନ୍ତ କରି ସାଂସଦ ପଦକୁ କେନ୍ଦ୍ର ସରକାର ଅଳ୍ପ ସମୟ ମଧ୍ୟରେ ଅସିଦ୍ଧ ଘୋଷଣା କରିଦେଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details