ଓଡିଶା

odisha

ETV Bharat / state

ଖଣିଜ ସମ୍ପଦ ଲୁଟ୍ ଉପରେ ରୋକ ଲଗାଇବାକୁ ଆକ୍ସନ ମୋଡରେ ବୌଦ୍ଧ ପ୍ରଶାସନ - boudha administration

ବୌଦ୍ଧ ଜିଲ୍ଲାର ଖଣିଜ ସମ୍ପଦର ବ୍ୟାପକ ଲୁଟ ଅଭିଯୋଗ । ଏନେଇ ଜିଲ୍ଲାପାଳ ଗୁରୁବାର ଶହ ଶହ ଟ୍ରିପ ବାଲିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଷ୍ଟୋନ କ୍ରସର କୁନେଇ ତେଜିବାରେ ଲାଗିଛି ଜନଅସନ୍ତୋଷ । ଅଧିକ ପଢନ୍ତୁ...

ଖଣିଜ ସମ୍ପଦ ଲୁଟ୍ ଉପରେ ରୋକ ଲଗାଇବାକୁ ଆକ୍ସନ ମୋଡରେ ବୌଦ୍ଧ ପ୍ରଶାସନ
ଖଣିଜ ସମ୍ପଦ ଲୁଟ୍ ଉପରେ ରୋକ ଲଗାଇବାକୁ ଆକ୍ସନ ମୋଡରେ ବୌଦ୍ଧ ପ୍ରଶାସନ

By

Published : Jul 16, 2021, 7:59 AM IST

ବୌଦ୍ଧ: ଜିଲ୍ଲାରେ ହରିଲୁଟ ହେଉଛି ସରକାରୀ ଖଣିଜ ସମ୍ପଦ । ବାଲି, ପଥର ପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଥିବା ବେଳେ ଅଧିକାଂଶ ସମୟରେ ଏ ସବୁର ବ୍ୟାପକ ଲୁଟ ହେଉଥିବା ଅଭିଯୋଗ ହୋଇଆସୁଛି । ବୌଦ୍ଧ ଜିଲ୍ଲାର ତିନିଗୋଟି ତହସିଲ ଅଧିନରେ ଅନେକ ବାଲିଘାଟ ମୁକୁଳା ପଡିଥିବାବେଳେ ଏହାର ସୁଯୋଗ ନେଇ ବାଲି ମାଫିଆ ଲୁଟ୍ କରୁଛନ୍ତି ।

ଖଣିଜ ସମ୍ପଦ ଲୁଟ୍ ଉପରେ ରୋକ ଲଗାଇବାକୁ ଆକ୍ସନ ମୋଡରେ ବୌଦ୍ଧ ପ୍ରଶାସନ

ଗୁରୁବାର ଏକ ଘଟଣା କ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜରିଖଣ୍ଡି ପରିଦର୍ଶନ କରୁଥିବା ସମୟରେ ସହରର ଭୈରବୀ ମନ୍ଦିର ପରିସରରେ ଶହ ଶହ ଟ୍ରିପ ବାଲି ଗଚ୍ଛିତ ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଏଥିସହ ଏନେଇ ତୁରନ୍ତ ପଦକ୍ଷେପ ପାଇଁ ଉଭୟ ପୌର ପ୍ରଶାସନ ଓ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ବୌଦ୍ଧ ତହସିଲଦାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏସବୁ ବାଲିକୁ ସିଜ କରି ପୌର ବିଭାଗର ଜିମା ଦେଇଥିଲେ । ତେବେ ଏତେ ପରିମାଣରେ ବାଲି ଏଠାକୁ କିଭଳି ଓ କେଉଁ ପରିସ୍ଥିତିରେ ଆସିଲା ସେନେଇ ଉଠିଛି ପ୍ରଶ୍ନବାଚୀ । ସେପଟେ ହରଭଙ୍ଗା ତହସିଲ ଅନ୍ତର୍ଗତ ବାଇଶପଡା ଅଞ୍ଚଳରେ ଥିବା ଷ୍ଟୋନ କ୍ରସର ଯୋଗୁଁ ପରିବେଶ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଥିବା ଦୀର୍ଘ ଦିନରୁ ଅଭିଯୋଗ ହେଉଛି ।

ଏଣୁ ଏନେଇ ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଠାରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହେଉଥିବା ଖୋଦ ଜିଲ୍ଲା ପରିଷଦ ସଭ୍ୟ ଅଭିଯୋଗ କରିଛନ୍ତି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details