ବୌଦ୍ଧ: ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ୯ ନମ୍ବର ଜୋନରେ ମଧ୍ୟ ଜୋରସୋର ପ୍ରଚାର ଚାଲିଛି । କିନ୍ତୁ ଏଥର ଯିଏ ଜନତାଙ୍କ ପାଇଁ କାମ କରିବ ତାଙ୍କୁ ଭୋଟ ଦେବେ ବୋଲି ମନସ୍ଥ କରିଛନ୍ତି ଭୋଟର । ପ୍ରଚାର କରି କିମ୍ବା ମିଥ୍ୟା ନିର୍ବାଚନୀ ପ୍ରତିଶୃତିରେ ଆଉ ଭୋଟ ଦିଆଯିବନି ବୋଲି କହିଛନ୍ତି ଭୋଟର ।
ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର - ବୌଦ୍ଧ ଭୋଟରଙ୍କ ପ୍ରତିକ୍ରିୟା
ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ଏଥର କିନ୍ତୁ ଯିଏ ଜନତାଙ୍କ ପାଇଁ କାମ କରିବ ତାଙ୍କୁ ଭୋଟ ଦେବେ ବୋଲି ମନସ୍ଥ କରିଛନ୍ତି ଭୋଟର । ଅଧିକ ପଢନ୍ତୁ

ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର
ପଞ୍ଚାୟତରେ ନାହିଁ ମୌଳିକ ସୁବିଧା, ଯିଏ କାମ କରିବ ତାକୁ ଦେବୁ ଭୋଟ: ଭୋଟର
ତେବେ ଏହି ୯ ନମ୍ବର ଜୋନର କୁଶଙ୍ଗ, ମହାଲିକପଡା, ଛତରଙ୍ଗ, ତଳଗାଁ, ଆଢେଣୀଗଡ ଭଳି ପଞ୍ଚାୟତର ଅନେକ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗ ଓ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ ହୋଇଛି ତାହା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଭୋଟର ମତାମତ ଦେଇଛନ୍ତି । ବିକାଶକୁ ନେଇ ଭୋଟର ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ଚୟନ କରିବେ ବୋଲି ରୋକଠୋକ କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ