ଓଡିଶା

odisha

ଟିକା ଅଭାବରୁ ଟୀକାକରଣ ବନ୍ଦ, ଫେରିଲେ ବହୁ ମହିଳା ପୁରୁଷ

By

Published : Apr 30, 2021, 7:45 PM IST

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଜିଲ୍ଲାରେ ଟିକା ଅଭାବରୁ ଟୀକାକରଣ ମଧ୍ୟ ବନ୍ଦ ହୋଇଯାଇଛି । ବହୁ ସଂଖ୍ୟାରେ ଲୋକେ ଟିକା ନେବା ପାଇଁ ଯାଇଥିବାବେଳେ ନିରାଶ ହୋଇ ଫେରିଆସୁଛନ୍ତି । ଅଧିକ ପଢନ୍ତୁ...

boudh vaccitationation close
ଟୀକା ଅଭାବରୁ ଟୀକାକରଣ ବନ୍ଦ, ଫେରିଲେ ବହୁ ମହିଳା ପୁରୁଷ

ବୌଦ୍ଧ:ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଶୁକ୍ରବାର ଜିଲ୍ଲାରୁ ନୂତନ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟୀକା ଅଭାବରୁ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ବନ୍ଦ ରହିଛି ।

ଟୀକା ଅଭାବରୁ ଟୀକାକରଣ ବନ୍ଦ, ଫେରିଲେ ବହୁ ମହିଳା ପୁରୁଷ

ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଶୁକ୍ରବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ରାମଗଡ ପଞ୍ଚାୟତର ମହୀବାହାଲ ଗ୍ରାମରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେପଟେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଆକ୍ରାନ୍ତଙ୍କ ମୃତ୍ୟୁର ଖବର ମଧ୍ୟ ସମସ୍ତଙ୍କୁ ଆତଙ୍କିତ କରିଛି । ଗୁରୁବାର ରାତିରେ କଣ୍ଟାମାଳ ବ୍ଲକର ଜଣେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ରାତିରେ ବୌଦ୍ଧ ଶ୍ମଶାନ ଘାଟରେ ପ୍ରଶାସନ ପକ୍ଷରୁ ଦାହ କରାଯାଇଥିବା ଜଣାପଡିଛି । ଗୋଟିଏ ପଟରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟରେ ଟୀକା ଅଭାବରୁ ବୌଦ୍ଧ ଠାରେ ଭେକ୍ସିନେସନ କାର୍ଯ୍ୟ ବନ୍ଦ ରହିଛି । ଫଳରେ ଆଜି ଅନେକ ଲୋକ ଟୀକାଗ୍ରହଣ କରିନପାରି ଫେରିଯାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details