ଓଡିଶା

odisha

ETV Bharat / state

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ‘ଆବାସ’ ସାତସପନ - ଲୀଳାବତୀଙ୍କ ଆବାସ ଗୃହ ଚୋରୀ ଅଭିଯୋଗ

ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଅନ୍ତର୍ଗତ ତୁତୁମସିଂ ଗ୍ରାମରେ ଲୀଳାବତୀ ପ୍ରଧାନଙ୍କ ଆବାସ ଗୃହ ଚୋରି ଅଭିଯୋଗ । ଅଧିକ ପଢନ୍ତୁ...

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ
ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ

By

Published : Nov 1, 2020, 6:35 PM IST

ବୌଦ୍ଧ: ଜଣେ ଅସହାୟ ବୃଦ୍ଧାଙ୍କୁ ଆବାସ ଗୃହ ଦୁଇ ଦୁଇ ଥର ମିଳିସାରିଲାଣି । କିନ୍ତୁ ବାସ୍ତବରେ ନୁହେଁ, କେବଳ କାଗଜପତ୍ରରେ ।

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ

ବୌଦ୍ଧ ଜିଲ୍ଲା ସଦର ବ୍ଲକର ଟିକରପଡା ପଞ୍ଚାୟତ ଅନ୍ତର୍ଗତ ତୁତୁମସିଂ ଗ୍ରାମରେ ଲୀଳାବତୀ ପ୍ରଧାନ ବାସ କରନ୍ତି । କିଛି ବର୍ଷ ପୂର୍ବେ ସ୍ବାମୀ ଆରପାରିକୁ ଚାଲିଯାଇଛନ୍ତି । ଏକମାତ୍ର ଝିଅକୁ ବିବାହ ପରେ ବୃଦ୍ଧା ଲୀଳାବତୀ ଏକା ଏକା ନିଃସଙ୍ଗ କାଳ କାଟୁଛନ୍ତି ।

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ

ଏହି ଅସହାୟ ବୃଦ୍ଧାଙ୍କୁ କୁଆଡେ ସରକାରୀ ନଥିପତ୍ରରେ ଆବାସ ଗୃହ ପ୍ରଦାନ କରାଯାଇଛି । ତାହା ପୁଣି ଥରେ ନୁହେଁ, ଦୁଇ ଥର ଏବଂ ଦୁଇଟି ଭିନ୍ନ ଜାତି ଦର୍ଶାଇ ସରକାରୀ ବାବୁ ଲୀଳାବତୀଙ୍କ ମୁଣ୍ଡ ଉପରେ ଛାତ ଦେଖାଇ ସାରିଛନ୍ତି ।

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ

ତେବେ ପ୍ରକୃତ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଇଟିଭି ଭାରତ ଟିମ ଯେତେବେଳେ ଅପହଞ୍ଚ ତୁତୁମସିଂ ଗାଁରେ ପହଞ୍ଚିଲା ସେତେବେଳେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ।

ଅସହାୟ ବୃଦ୍ଧା ଲୀଳାବତୀଙ୍କ ପାଇଁ ଆବାସ ଗୃହ ସାତସପନ

ଅସହାୟ ବୃଦ୍ଧା ଜଣକ ଏକାକୀ ମସୀଆ କନ୍ଦାକୁ ଖାଦ୍ୟ ଭାବରେ ଗ୍ରହଣ କରିବା ସହ ଏକ ଭଙ୍ଗା ଦଦରା ଜରିପାଲ ଛାଉଣୀ ଘରେ ଜୀବନର ଶେଷ ସମୟ କାଟୁଛନ୍ତି । ତାଙ୍କ ଆବାସ ଘର କୁଆଡେ ଗଲା କେହି ମଧ୍ୟ ଜାଣି ନାହାନ୍ତି । ବୁଦ୍ଧିଜୀବୀ ଏହି ସରକାରୀ ଆବାସ ଗୃହ ଚୋରି ହେଉଥିବା ଅଭିଯୋଗ କରିଛନ୍ତି । ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details