ଓଡିଶା

odisha

ETV Bharat / state

ମୁକୁଳା ପଡିଛି ଟ୍ରାନ୍ସଫର୍ମର, ବିପଦକୁ ନିମନ୍ତ୍ରଣ ! - ବୌଦ୍ଧ

ଜିଲ୍ଲାରେ ଅନେକ ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଏବେ ମୁକୁଳା ପଡ଼ିଛି । ଅକାରଣରେ କେତେବେଳେ ଜୀବନ ହାନୀ ଘଟିବ ତାହା କହିବା ମୁସ୍କିଲ । କିଛି ଅଘଟଣ ଘଟିବା ପୂର୍ବରୁ ଏହାକୁ ସଜାଡ଼ିବା ପାଇଁ ସାଧାରଣରେ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : May 25, 2019, 4:27 PM IST

ବୌଦ୍ଧ: ଜିଲ୍ଲାରେ ମୁକୁଳା ପଡିଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଶିଷ୍ଟ ଟ୍ରାନ୍ସଫର୍ମର । ବିଦ୍ୟୁତ ସେବା ସଂସ୍ଥା ସାଉଥ-କୋର ଅନେକ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି । ତେବେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଏଭଳି ସ୍ଥାନର ଚିହ୍ନଟ କରାଯାଇ ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣା କରାଯିବା ନେଇ ସାଧାରଣରେ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବିଶେଷ ଭାବରେ ମୁଖ୍ୟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମରଗୁଡିକ ମୁକୁଳା ପଡିରହିଛି । ଫଳରେ ମଣିଷଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି । କେଉଁଠି ବାଡ ନାହିଁ ତ ଆଉ କେଉଁଠି ରାସ୍ତା ଉପରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ।ଏପଟେ ସ୍ଥାନର ଅଭାବ ଯୋଗୁଁ ଏଭଳି ସମସ୍ୟା ଲାଗିରହୁଥିବା ଜଣାପଡିଛି ।

ଏ ସମ୍ପର୍କରେ ବିଭାଗ ଅବଗତ ଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ଏପରିକ ଏ ଦିଗରେ ଖୁବ ଶୀଘ୍ର କାର୍ଯ୍ୟ କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details