ଓଡିଶା

odisha

ETV Bharat / state

ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ଆଜି ବି କେତେକ ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ । ଏପରିକି ସେ ‘ସୌଭାଗ୍ୟ’ ବି ଲୋକଙ୍କ ଭାଗ୍ୟରେ ନାହିଁ । ଫଳରେ ବୌଦ୍ଧର ଟାଇଞ୍ଜନ ଗ୍ରାମବାସୀ ଜିଲ୍ଲପାଳଙ୍କୁ ଭେଟି ନିଜ ଦୁଃଖକଷ୍ଟ ଜଣାଇଛନ୍ତି । ଅଧିକ ପଢନ୍ତୁ...

By

Published : Jan 22, 2020, 12:42 PM IST

Boudh taizan people meet collector
ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ବୌଦ୍ଧ: ‘ସୌଭାଗ୍ୟ’ରେ ସାମିଲ ହେବା ପାଇଁ ଭାଗ୍ୟ ନାହିଁ । ଫଳରେ ଅନ୍ଧାରୁଆ ଜୀବନ କାଟୁଛନ୍ତି ବୌଦ୍ଧର ଟାଇଞ୍ଜନ ଗ୍ରାମବାସୀ । ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରତି ଘରକୁ ବିଦ୍ୟୁତ ସେବା । ହେଲେ ଦୁର୍ଭାଗ୍ୟ ଯେ, ଆଜି ବି ଟାଇଞ୍ଚନ ଭଳି ଗାଁରେ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ ।

ଭାଗ୍ୟରେ ନାହିଁ ‘ସୌଭାଗ୍ୟ’, ଅନ୍ଧାରରେ କଟୁଛି ଜୀବନ

ବୌଦ୍ଧ ଇଲେକ୍ଟ୍ରିକାଲ ଡିଭିଜନର ମନମୁଣ୍ଡା ଇଲେକ୍ଟ୍ରି ସବଡିଭିଜନ ଅଧିନରେ ଆସୁଥିବା ଏହି ଗାଁରେ ଆଜି ବି ଲୋକେ ପର୍ଯ୍ୟନ୍ତ ଲଣ୍ଠନ ଓ ଡିବି ଆଲୁଆରେ ଜୀବନ ଅତିବାହିତ କରୁଛନ୍ତି । ତେଣୁ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ, ଯେଉଁମାନଙ୍କ ନିକଟରେ ଯୋଜନା ପହଞ୍ଚିଛି, ସେମାନେ ବିଜୁଳି ଆଲୋକ ଦେଖିବାର ‘ସୌଭାଗ୍ୟ’ ପାଇନାହାଁନ୍ତି । ତେଣୁ ଏ ଅଭିଯୋଗ ନେଇ ଟାଇଞ୍ଜନ ଗାଁର ହିତାଧିକାରୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details